31.1 C
Bhubaneswar
Sunday, April 26, 2026
Homeଓଡିଶାରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପ୍ରସନ୍ନ ଆଚାର୍ଯ୍ୟ

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପ୍ରସନ୍ନ ଆଚାର୍ଯ୍ୟ

 ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ବିଜେଡିର ପ୍ରଶ୍ନ । ସିଏମ କିଷାନ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ନେଇ ପ୍ରଶ୍ନ ଉଠାଇଛି ବିଜେଡି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଯେ, ପୂର୍ବ ସିଏମ କିଷାନ କିସ୍ତି ବଣ୍ଟନରେ ୫୧ ଲକ୍ଷରୁ ଅଧିକ ଚାଷୀଙ୍କୁ ସହୟତା ରାଶି ମିଳିଥିଲା । କିନ୍ତୁ ଏଥର ମାତ୍ର ୪୧ ହଜାର ଚାଷୀଙ୍କ ସହାୟତା ରାଶି ପ୍ରଦାନ କରାଯାଇଛି । ଏତେ ସଂଖ୍ୟାରେ ଚାଷୀ କାହିଁକି ବାଦ ପଡିଲେ । ୫୧ ଲକ୍ଷରୁ ଏକାଥରେକେ ୪୧ ଲକ୍ଷକୁ ଆସିଗଲା । ପାଖାପାଖି ୧୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ନାଁ କଟିଯାଇଛି । ଏହା କଣ ଚାଷୀଙ୍କ ଅକ୍ଷୟ ତୃତୀୟାରେ ତୃତୀୟ ଭେଟି । ଧାନ ସଂଗ୍ରହ ନକରି ପେଟକୁ ଲାତ ମାରିଥିଲେ ସରକାର । ଆଉ ଏବେ ସିଏମ କିଷାନ ଅର୍ଥ କାଟି ଚାଷୀଙ୍କ ସରକାର ଧୋକା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଥର ସିଏମ କିଷାନ କିସ୍ତି ଜରିଆରେ ୫୧ ଲକ୍ଷରୁ ଅଧିକ ଚାଷୀଙ୍କ ସହାୟତା ରାଶି ବଣ୍ଟନ କରିଥିଲେ ରାଜ୍ୟ ସରକାର । ଗତ ଥର ତୁଳନାରେ ଏଥର ପାଖାପାଖି ୧୦ ଲକ୍ଷ ଚାଷୀଙ୍କ ନାଁ ବାଦ ପଡିଛି । ଯାହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking