31.1 C
Bhubaneswar
Sunday, April 26, 2026
Homeଦେଶ ବିଦେଶଚାରମିନାର ଏକ୍ସପ୍ରେସରେ ଅଗ୍ନିକାଣ୍ଡ: ଚଳନ୍ତା ଟ୍ରେନ୍‌ରୁ ଡେଇଁଲେ ଯାତ୍ରୀ

ଚାରମିନାର ଏକ୍ସପ୍ରେସରେ ଅଗ୍ନିକାଣ୍ଡ: ଚଳନ୍ତା ଟ୍ରେନ୍‌ରୁ ଡେଇଁଲେ ଯାତ୍ରୀ

ହାଇଦ୍ରାବାଦ: ତେଲେଙ୍ଗାନାର ୟାଦାଦ୍ରି ଭୁବନଗିରି ଜିଲ୍ଲାର ଆଲେର ରେଳଷ୍ଟେସନ ନିକଟରେ ହାଇଦ୍ରାବାଦରୁ ଚେନ୍ନାଇ ଯାଉଥିବା ଚାରମିନାରଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟି ଆତଙ୍କ ଖେଳିଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଟ୍ରେନ୍ ଟି ଆଲେର ଷ୍ଟେସନ ନିକଟରେ ପହଞ୍ଚିବା ମାତ୍ରେ ଯାତ୍ରୀମାନେ କୋଚ୍‌ରେ ଧୂଆଁ ଭର୍ତ୍ତି ହୋଇଥିବାର ଦେଖିଲେ। ପରିସ୍ଥିତି ବିଗିଡ଼ିବା ଦେଖି, ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଅନେକ ଯାତ୍ରୀ ବାହାରକୁ ବାହାରିବାକୁ ଚେଷ୍ଟା କରିଥିଲେ। ସୂଚନା ଅନୁଯାୟୀ, ଟ୍ରେନ୍‌କୁ ତୁରନ୍ତ ବନ୍ଦ କରିଦିଆଯାଇଥିଲା, ଯାହା ଫଳରେ ଯାତ୍ରୀମାନେ ସୁରକ୍ଷିତ ଭାବରେ ବାହାରି ପାରିଥିଲେ। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଘଟଣାରେ ହତାହତ ରିପୋର୍ଟ ହୋଇନାହିଁ। ତେବେ ରେଳବାଇ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତି ଜାରି କରାଯାଇ ନାହିଁ।ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ରେଳ କର୍ମଚାରୀ ଏବଂ ସ୍ଥାନୀୟ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ। ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ, କିନ୍ତୁ ପ୍ରାରମ୍ଭିକ ଆକଳନ ଅନୁସାରେ ସର୍ଟ ସର୍କିଟ୍ କିମ୍ବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ହୋଇଥାଇପାରେ ବୋଲି କୁହାଯାଉଛି। ତଦନ୍ତ ଶେଷ ହେବା ପରେ ହିଁ ସଠିକ୍ କାରଣ ଜଣାପଡିବ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking