34.7 C
Bhubaneswar
Wednesday, April 22, 2026
Homeଓଡିଶାବରଯାତ୍ରୀ ରୋଷଣିରେ ଗୁଳିକାଣ୍ଡ: ୨ ଗୁରୁତର

ବରଯାତ୍ରୀ ରୋଷଣିରେ ଗୁଳିକାଣ୍ଡ: ୨ ଗୁରୁତର

ଅନୁଗୁଳ: ବାହାଘର ବରଯାତ୍ରୀ ରୋଷଣି ବେଳେ ଗୁଳିକାଣ୍ଡ ଘଟି ୨ ଜଣ ଗୁରୁତର । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ବେଲପୁଞ୍ଜି ଗାଁରେ ଏଭଳି ଅଘଟଣ ଘଟିଛି । ଗାଁକୁ ବୌଦ୍ଧ ଅଞ୍ଚଳରୁ ବିବାହ ପାଇଁ ଆସିଥିବା ଏକ ବରଯାତ୍ରୀର ରୋଷଣି ଚାଲିଥିବା ବେଳେ ହଠାତ୍‌ ଗୁଳି ଫୁଟିଥିଲା । ଏଥିରେ ମନମୁଣ୍ଡା ଅଞ୍ଚଳର ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଜଣେ ବ୍ୟକ୍ତିଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ଅନ୍ୟଜଣଙ୍କ ଡାହାଣ ହାତରେ ଗୁଳି ବାଜିଛି । ତୁରନ୍ତ ୨ ଗୁରୁତରଙ୍କୁ ଚିକିତ୍ସା ଲାଗି ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁଳିଚାଳନା କରିଥିବା ବ୍ୟକ୍ତିଜଣକ ମଧ୍ୟ ବରଯାତ୍ରୀରେ ଆସିଥିଲେ । ଖବର ପାଇ ଆଠମଲ୍ଲିକ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ଗୁଳିଚାଳନା ହୋଇଛି ତାହାର କାରଣ ସ୍ପଷ୍ଟ ହୋଇନାହିଁ । ଗୁଳିଚାଳନା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking