40.2 C
Bhubaneswar
Monday, April 20, 2026
Homeଓଡିଶାମେ’ ପହିଲାରୁ ଭିତରକନିକା ବନ୍ଦ

ମେ’ ପହିଲାରୁ ଭିତରକନିକା ବନ୍ଦ

ରାଜନଗର: ବଉଳା କୁମ୍ଭୀରଙ୍କ ଅନ୍ତୁଡ଼ିଶାଳ ଭାବେ ପରିଚିତ ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ମେ’ ପହିଲାରୁ ବନ୍ଦ ରହିବ । ଏବେ କୁମ୍ଭୀର ପ୍ରଜନନ ଋତୁ ଆରମ୍ଭ ହୋଇଛି । ନଦୀ ଓ ନାଳମାନଙ୍କରେ କୁମ୍ଭୀରମାନେ ବସା ବାନ୍ଧି ଅଣ୍ଡା ଦେବେ । ସେମାନଙ୍କ ମିଳନ ପର୍ବ ଓ ଅଣ୍ଡା ଦେବା ପ୍ରକ୍ରିୟାରେ ବାଧା ନଉପୁଜିବା ପାଇଁ ରାଜନଗର ବନଖଣ୍ଡ ପକ୍ଷରୁ ମେ’ ପହିଲାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନ ବନ୍ଦ ରଖାଯିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି ।ସୂଚନାଯୋଗ୍ୟ, ମା’ କୁମ୍ଭୀର ଅଣ୍ଡା ଦେଇ ସାରିବା ପରେ ଅଣ୍ଡାକୁ ସୁରକ୍ଷା ଦେବା ପାଇଁ ସେଠାରେ ଜଗି ରହିଥାଏ । ଏହି ସମୟରେ ସେ ହିଂସ୍ର ହୋଇ ଉଠିଥାଏ । ତେଣୁ ଏହି ସମୟ ମଧ୍ୟରେ ପର୍ଯ୍ୟଟକମାନଙ୍କୁ ଭିତରକନିକା ଜାତୀୟ ଉଦ୍ୟାନକୁ ନଆସିବା ପାଇଁ ବାରଣ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking