ଭୁବନେଶ୍ୱର: ରିମାଣ୍ଡ ଅବଧି ସରିବା ପରେ ପୁଣି ଜେଲକୁ ଫେରିଲା ରାଜା ସାହାଣୀ। ଚୌଦ୍ବାର ମଣ୍ଡଳ କାରାଗାରରୁ ଚମ୍ପଟ ମାରି ପରେ ଗିରଫ ହୋଇଥିବା ରାଜା ସାହାଣୀକୁ କର୍ଣ୍ଣାଟକ ପୋଲିସ ରିମାଣ୍ଡରେ ନେଇଥିଲା । ୭ ଦିନିଆ ରିମାଣ୍ଡ ଅବଧି ସରି ଯାଇଥିବାରୁ ପୁଣି ଓଡ଼ିଶା ଜେଲକୁ ଫେରିଛି ରାଜା ସାହାଣୀ। ଚୌଦ୍ବାର ଜେଲରୁ ଫେରାର ରାଜା ସାହାଣୀ ୬ଟି ରାଜ୍ୟରେ ଚୋରି ଡକାୟତି କରିଥିଲା । ଯାହାକୁ ନେଇ ଏକାଧିକ ରାଜ୍ୟର ପୋଲିସ ରାଜାକୁ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ରଖି ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଥିଲେ । ଚୌଦ୍ବାର ଜେଲରୁ ଫେରାର ହେବା ପରେ କିଛିଦିନ କର୍ଣ୍ଣାଟକର ଏକ ଅଳଙ୍କାର ଦୋକାନରୁ ହୀରା ଓ ସୁନା ଅଳଙ୍କାର ଲୁଟ୍ କରିଥିଲା। ଓଡ଼ିଶାର ପୁଲିସ ତାକୁ ଋଷିକେଶରୁ ଧରିବାରେ ସକ୍ଷମ ହୋଇଥିଲା। ଆଜି ଜେଲକୁ ଫେରିଥିବା ରାଜାକୁ ଆଗାମୀ ଦିନରେ କମିଶନରେଟ ପୋଲିସ ରିମାଣ୍ଡରେ ନେଇପାରେ










