26.3 C
Bhubaneswar
Thursday, April 23, 2026
Homeଓଡିଶାବାଇକକୁ ଧକ୍କା ଦେଲା ଟ୍ରକ: ଜଣେ ମୃତ

ବାଇକକୁ ଧକ୍କା ଦେଲା ଟ୍ରକ: ଜଣେ ମୃତ

ଟିଟିଲାଗଡ଼: ଟିଟିଲାଗଡ଼ କେସିଙ୍ଗା ରାସ୍ତା ଭାଲୁଡୁଙ୍ଗରି ନିକଟରେ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତକ ଘଣ୍ଟବାହାଲି ଗାଁର ଘାଟନି ଛତର (୫୫) ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଘାଟନି ଛତର ନିଜ ଗର୍ଭବତୀ ବୋହୁଙ୍କ ଚିକିତ୍ସା ନିମନ୍ତେ ଟିଟିଲାଗଡ଼ ଉପଖଣ୍ଡ ମାତୃ ଓ ଶିଶୁ ଡାକ୍ତରଖାନାକୁ ନିଜ ଭଣଜାଙ୍କ ସାଙ୍ଗରେ ଏକ ବାଇକରେ ଆସୁଥିଲେ। ସେହି ସମୟରେ ପଛ ପଟରୁ ଏକ ଟ୍ରକ ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଶାଶୁ ଘାଟନିଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ବୋହୁକୁ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ମହିଳାଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ଖବର ପାଇ ଟିଟିଲାଗଡ଼ ଥାନା ଆଇଆଇସି ମନୋଜ ମୁଣ୍ଡା ସଦଳବଳ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking