ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ସନ୍ଧ୍ୟା ପ୍ରାୟ ୬ଟା ପର୍ଯ୍ୟନ୍ତ ଓଡ଼ିଶାର ଚାରିଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି।ଆଗାମୀ ୩ ଘଣ୍ଟା ମଧ୍ୟରେ ଅନୁଗୁଳ, ଦେବଗଡ଼, କଟକ, ନୟାଗଡର କିଛି ସ୍ଥାନରେ ଘଣ୍ଟାପ୍ରତି ୪୦-୫୦କିଲୋମିଟର ବେଗରେ ପବନ ବହିବା ସହିତ ମଧ୍ୟମ ଧରଣର ଝଡ଼ବର୍ଷା, ବଜ୍ରପାତ ଏବଂ କୁଆପଥର ବର୍ଷା ହୋଇପାରେ।ମଧ୍ୟାହ୍ନ ବୁଲେଟିନ୍ ଅନୁଯାୟୀ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହିତ ବର୍ଷା ଏବଂ ପବନ (୩୦-୪୦ କିଲୋମିଟର ପ୍ରତି ଘଣ୍ଟା) ବହିପାରେ।ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତିର କିଛି ସ୍ଥାନରେ ପ୍ରବଳ ଗରମ ଅନୁଭୂତ ହେବ ବୋଲି ବିଭାଗ ଆକଳନ କରିଛି।










