ନୂଆଦିଲ୍ଲୀ: ଅଷ୍ଟ୍ରିଆର ଫେଡେରାଲ ଚାନ୍ସଲେର କ୍ରିଶ୍ଟିଆନ ଷ୍ଟକର ଭାରତ ଗସ୍ତରେ ଆସିଛନ୍ତି । ସେ ତାଙ୍କର ଏହି ସରକାରୀ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ତାଙ୍କୁ ବିମାନବନ୍ଦରରେ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ରକ୍ଷା ଖାଡସେ ସ୍ୱାଗତ କରିଛନ୍ତି । ତାଙ୍କ ସହିତ ଅର୍ଥନୀତି, ଶକ୍ତି ଏବଂ ପର୍ପ୍ୟଟନ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟ କ୍ଷେତ୍ରରେ ପ୍ରତିନିଧିଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ମଧ୍ୟ ରହିଛନ୍ତି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ବୁଧବାର ସକାଳେ ସଂଘୀୟ ଚାନ୍ସଲେର କ୍ରିଶ୍ଟିଆନ ଷ୍ଟର୍କଙ୍କ ଭାରତ ଗସ୍ତ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଅଷ୍ଟ୍ରିଆନ ଚାନ୍ସଲେରଙ୍କୁ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖାଡସେ ସ୍ୱାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ହେଉଥିବା ଏହି ଗସ୍ତ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ , କାରଣ ଏହା ଚାନ୍ସେଲର ଷ୍ଟର୍କଙ୍କ କେବଳ ଭାରତ ନୁହେଁ ବରଂ ଏସିଆକୁ ପ୍ରଥମ ସରକାରୀ ଗସ୍ତ ।










