ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଅସ୍ତ୍ରବିରତି ଏବଂ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ରହ୍ରାସ ଯୋଗୁଁ ଆଜି ଏସୀୟ ବଜାରରେ ତୀବ୍ର ବୃଦ୍ଧି ଘଟିଛି । ଏହାର ପ୍ରତିଫଳନ ଘରୋଇ ଷ୍ଟକ ବଜାର ଉପରେ ମଧ୍ୟ ପଡୁଛି । ପ୍ରାରମ୍ଭିକ କାରବାରରେ ବିଏସଇ ସେନସେକ୍ସ ୨୭୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇଥିଲା । ଯେତେବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୫୦ ସୂଚକାଙ୍କ ସହ ୨୪,୦୦୦ ପାଖାପାଖି ପହଞ୍ଚିଥିଲା । ସକାଳ ୯ଟା ୨୦ରେ ସେନସେକ୍ସ ୭,୩୩୧.୨୧ ରେ କାରବାର କରୁଥିଲା, ଯାହା ୨,୭୧୪.୬୩ ପଏଣ୍ଟ କିମ୍ବା ୩. ୬୪% ବୃଦ୍ଧି ପାଇଥିଲା । ସକାଳ ୯ଟା ୨୦ରେ ସେନସେକ୍ସ ୭୭,୩୩୧.୨୧ରେ କାରବାର କରୁଥିଲା । ଯାହା ୨,୧୪.୬୩ ପଏଣ୍ଟ କିମ୍ବା ୩.୬୪% ବୃଦ୍ଧି ପାଇଥିଲା । ନିଫ୍ଟି ୭୭୮.୫୫ ପଏଣଅଟ କିମ୍ବା ୩.୩୭% ବୃଦ୍ଧି ପାଇ ୨୩, ୯୦୨.୨୦ରେ ପହଞ୍ଚିଛି ।










