ଭୁବନେଶ୍ୱର: ରାଜ୍ୟ ବିଜେପି ସରକାର କୃଷକର ଧାନ ମଣ୍ଡିମାନଙ୍କରେ କିଣିବା ସମ୍ପର୍କରେ ବାରମ୍ବାର ମିଛ ଦୋହରାଇ ଚାଲିଛନ୍ତି। ପ୍ରଥମରୁ ପଞ୍ଜିକରଣରୁ ଟୋକନ ସମସ୍ୟାକୁ ଜଟିଳକରଣ କରି ଚାଷୀକୁ ଖର୍ଚ୍ଚାନ୍ତ କରାଇଲେ ଏବଂ ମଣ୍ଡି ମାନଙ୍କରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆହୁରି ଜଟିଳକରଣ ଓ ବିଳମ୍ବିତ କରି ଚାଷୀକୁ ହନ୍ତସନ୍ତ ଓ ହତାଶ କଲେ। ବିଧାନସଭାରେ କଟ୍ନି ଛଟ୍ନି ହେଉନାହିଁ ବୋଲି କହିଲେ ମଧ୍ୟ ସର୍ବତ୍ର କ୍ୟୁଂଟାଲ ପିଛା ୮ କେଜିରୁ ୧୨ କେଜି ପର୍ଯ୍ୟନ୍ତ ଧାନ କଟ୍ନି ଛଟ୍ନି ହେଉଛି। ମଣ୍ଡି ଧାନ ସଂଗ୍ରହ ଶେଷହେବା ପରେ ବାସ୍ତବ ହିସାବ ପଦାକୁ ଆସିବ। ସମୁଦାୟ ଧାନ ସଂଗ୍ରହର ପରିମାଣରୁ କେତେ କଟ୍ନି ଛଟ୍ନି ହୋଇଛି ଚାଷୀର ସିଧା ଅର୍ଥକୁ ସରକାର, ମିଲର ଓ ସରକାରୀ କର୍ମଚାରୀ କିଭଳି ବାଌକ୍ଷଗ୍ଧ;ିକରି ନେଇଛନ୍ତି ତାହାର ହିସାବ ସରକାରଙ୍କୁ ଦେବାକୁ ହେବ। ଏହି ଯେଉଁ ବିପୁଳ ଅର୍ଥ ସରକାର କଟ୍ନି ଛଟ୍ନି ବାବଦରେ ଚାଷୀଠୁ ହଡ଼ପ କଲେ ସେ ହଡ଼ପ ଅର୍ଥର ହିସାବ ନଦେଲେ କିଷାନ କଂଗ୍ରେସ ସରକାରଙ୍କୁ ରାଜରାସ୍ତା ଉପରେ ଘେରିବ। ଆବଶ୍ୟକ ପଡ଼ିଲେ ଏକ ଲମ୍ବା ଲଢ଼େଇ ଲଢ଼ିବାପାଇଁ ଗତକାଲି ୫.୪.୨୦୨୬ ରିଖରେ କଂଗ୍ରେସ ଭବନରେ ଅନୁଷ୍ଠିତ ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଅଭୟ ସାହୁଙ୍କ ଅଧ୍ୟକ୍ଷତାରେ ଓ ପସି ିସି ସଭାପତି ଭକ୍ତ ଦାସଙ୍କ ଉପସ୍ଥିତିରେ ରାଜ୍ୟ କମିଟି ବୈଠକରେ ନିଷ୍ପତ୍ତି ହୋଇଛି।
ଏହା ସହିତ ଚାଷୀ ପରିବାରର ସ୍ୱାର୍ଥ ବୀମା, ଚାଷୀକୁ ମାସିକ ୫ ହଜାର ଟଙ୍କା ଭତ୍ତା, ଚାଷ ଉପକରଣକୁ ଜିଏସଟି ମୁକ୍ତ କରିବା, ଚାଷୀର ଋଣ ଛାଡ଼, କ୍ଷେତକୁ ମାଗଣା ବିଜୁଳି, ସାର,ବିହନ, କୀଟମରା ଔଷଧ ସଠିକ ସମୟରେ ଯୋଗାଣ, ସରକାରଙ୍କ ନୀତି ନିର୍ଦ୍ଧାରଣ କମିଟିରେ କିଷାନ ମାନଙ୍କର ଅଂଶଗ୍ରହଣ, ପ୍ରତ୍ୟେକ ପଞ୍ଚାୟତରେ କିଷାନ ଭବନ ନିର୍ମାଣ, ସବୁ ବ୍ଲକରେ ଶୀତଳ ଭଣ୍ଡାର ଓ ଶତପ୍ରତିଶତ ଜଳସେଚନ ଦାବିକରି ପ୍ରଦେଶ କିଷାନ କଂଗ୍ରେସ ଏକ ଲମ୍ବା ଲଢ଼େଇର ପ୍ରସ୍ତୁତି ପାଇଁ ଆସନ୍ତା ମଇ ମାସ ଶେଷାର୍ଦ୍ଧରେ ରାଜ୍ୟର ୩୧୪ ବ୍ଲକ ଓ ୧୪୫ ଏନଏସି ଓ ମ୍ୟୁନିସ୍ପାଲଟି ମାନଙ୍କର କିଷାନ କଂଗ୍ରେସ ଅଧ୍ୟକ୍ଷ (ପ୍ରାୟ ୫ଶହ କିଷାନ ନେତାମାନଙ୍କର) ଏକ ଓରିଏେଌକ୍ଷଗ୍ଧ;ସନ କ୍ୟାମ୍ପ ରାଜଧାନୀରେ ଅନୁଷ୍ଠିତ ହେବ। ସେଥିପାଇଁ ପ୍ରତ୍ୟେକ ଜିଲ୍ଲା କମିଟି ଏବଂ ବିଭିନ୍ନ ବ୍ଲକ, ଏନଏସି, ଓ ମ୍ୟୁନିସ୍ପାଲଟି ସଭାପତିମାନଙ୍କର ଦୁଇଦିନିଆ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଏଇ ସମୟ ମଧ୍ୟରେ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରଦେଶ ଅଧ୍ୟକ୍ଷକଙ୍କ ନେତୃତ୍ୱରେ ଏକ ରାଜ୍ୟସ୍ତରୀୟ ନେତୃତ୍ୱ ଟିମ ସମସ୍ତ ୩୫ ଗୋଟି ସାଂଗଠନିକ ଜିଲ୍ଲାକୁ ଗସ୍ତକରି ବୈଠକରେ ଯୋଗଦେବେ। ଉକ୍ତ ରାଜ୍ୟ କମିଟି ବୈଠକରେ ପ୍ରାୟ ୨୫ ଗୋଟି ଜିଲ୍ଲା ଆଲୋଚନରେ ଅଂଶଗ୍ରହଣ କରିଥିଲେ। ସର୍ବଶେଷରେ ପିସିସି ସଭାପତି କିଷାନ କଂଗ୍ରେସ ନେତାମାନେ କିଷାନ ମାନଙ୍କ ହକ ହାସଲ ପାଇଁ ପ୍ରଚଣ୍ଡ ଲଢ଼େଇରେ ଝାସ ଦେବାକୁ ଉଦାତ ଆହ୍ୱାନ ଦେଇଥିଲେ।










