34.9 C
Bhubaneswar
Monday, April 6, 2026
Homeଓଡିଶାମହାପ୍ରଭୁଙ୍କ ପଇତା ଲାଗି ନୀତି: ୪ ଘଣ୍ଟା ଦର୍ଶନ ବନ୍ଦ

ମହାପ୍ରଭୁଙ୍କ ପଇତା ଲାଗି ନୀତି: ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ:  ବୈଶାଖ  କୃଷ୍ଣପକ୍ଷ ଚତୁର୍ଥୀ ତିଥି ଅବସରରେ ଆଜ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ ।  ମହାପ୍ରଭୁଙ୍କ ଏହା ଗୁପ୍ତନୀତି ହୋଇଥିବାରୁ ନୀତି ସମୟରେ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ ।  ଶ୍ରୀମନ୍ଦିର  ସ୍ୱତ୍ୱ ଲିପପି ଅନୁଯାୟୀ  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗମଣ୍ଡପ  ନୀତି ଶେଷ  ପରେ  ମହାପ୍ରଭୁଙ୍କ ପଇତା ଲାଗି ନୀତି ଆରମ୍ଭ ହେବ ।  ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି  ସେବକ ଦଇତାପତିମାନେ  ଏହି ନୀତି ସମ୍ପାଦନ କରିବେ । ନୀତି  ପାଇଁ  ସୋମବାର   ସନ୍ଧ୍ୟା ୬ଟାରୁ  ରାତି ୧୦ଟା ଯାଏଁ  ସର୍ବସାଧାରଣ ଦର୍ଶନ  ବନ୍ଦ ରହିବ  ବୋଲି  ଶ୍ରୀମନ୍ଦିର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର  ମହାନ୍ତି ସୂଚନା ଦେଇଛନ୍ତିା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking