ଝାଡଖଣ୍ଡ: ପଡୋଶୀ ଝାଡଖଣ୍ଡର ଚାଇବାସା ଅଞ୍ଚଳର ସରଣ୍ଡା ଜଙ୍ଗଲରେ ଆଜି ସକାଳେ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣରେ କୋବ୍ରା ବାଟାଲିଆନର ଜଣେ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଏୟାରଲିଫ୍ଟ କରାଯାଇ ରାଞ୍ଚି ନିଆଯିବ ବୋଲି ସୂଚନା ମିଳିଛି । ଏହି ଘଟଣା ପରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ଏହି ଘଟଣାଟି ସରଣ୍ଡା ଜଙ୍ଗଲର ଛୋଟନଗର ଥାନା ଅଞ୍ଚଳର ବାଲିବା ଜଙ୍ଗଲରେ ଘଟିଛି । କୋବ୍ରା ବାଟାଲିଆନର ଯବାନମାନେ ଜଙ୍ଗଲରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ଏହି ଘଟଣାଟି ସରଣ୍ଡା ଜଙ୍ଗଲର ଛୋଟନାଗରା ଥାନା ଅଞ୍ଚଳରେ ବାଲିବା ଜଙ୍ଗଲରେ ଘଟିଛି । କୋବ୍ରା ବାଟାଲିଅନର ଯବାନମାନେ ଜଙ୍ଗଲରେ କମ୍ବିଂ ଅପରେସନ କରିବା ସମୟରେ ଏକ ଶକ୍ତିଶାଳୀ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିଅନ ୨୦୫ର ଯବାନ ଅନୁଜ କୁମାର ଆହତ ହୋଇଛନ୍ତି । ତାଙ୍କ ପାଦରେ ଆଘାତ ଲାଗିଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ରହିଛି । ଘଟଣା ପରେ ବହୁ ସଂଖ୍ୟକ ଯବାନ ମୁତୟନ କରାଯିବା ସହ ସଂପୂର୍ଣ୍ଣ ଅଞ୍ଚଳକୁ ଛାନଭିନ କରାଯାଉଛି ।










