ଭୁବନେଶ୍ୱର: ରାଜ୍ୟରେ ପେଟ୍ରୋଲ. ଡିଜେଲ ଓ ଏଲପିଜିର କୌଣସି ଅଭାବ ନାହିଁ । ଏନେଇ ପ୍ରେସମିଟରେ ସୂଚନା ଦେଲେ ଯୋଗାଣ ସଚିବ ସଞ୍ଜୟ ସିଂହ । କହିଛନ୍ତି, ଆଦୌ ଭୟଭୀତ ହୁଅନ୍ତୁ ନାହିଁ । ପେଟ୍ରୋଲ, ଡିଜେଲ ଅଭାବ ନାହିଁ । ଗୋଟିଏ, ଦୁଇଟି ପେଟ୍ରୋଲ ପମ୍ପ ଛାଡିଦେଲେ ସବୁଠି ସ୍ଥିତି ସ୍ୱାଭାବିକ ରହଛି । ଯେଉଁ ଗୋଟିଏ, ଦୁଇଟି ସ୍ଥାନରେ ମିଳୁନି, ଅଭାବ ପାଇଁ ନୁହୋଁ ଅନ୍ୟ କାରଣରୁ ମିଳୁ ନାହିଁ । ୫ କେଜି ସିଲିଣ୍ଡର ପାଇଁ କଟକଣା ନାହିଁ, ଆଇଡି ଦେଖାଇ ବିଦ୍ୟାର୍ଥୀ ଓ ଶ୍ରମିକ ନେଇପାରିବେ ।










