34.1 C
Bhubaneswar
Saturday, April 4, 2026
Homeଓଡିଶାଅମର ଶହୀଦ ରଘୁ–ଦିବାକରଙ୍କ ଶ୍ରାଦ୍ଧଦିବସରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଅମର ଶହୀଦ ରଘୁ–ଦିବାକରଙ୍କ ଶ୍ରାଦ୍ଧଦିବସରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ରଣପୁର ପ୍ରଜାମଣ୍ଡଳ ଆନ୍ଦୋଳନରେ ଅଦମ୍ୟ ସାହସ ଓ ଅପରିମିତ ତ୍ୟାଗର ପରିଚୟ ଦେଇ ଇଂରେଜ ଶାସନ ବିରୋଧରେ ସଂଗ୍ରାମ କରି ଜୀବନ ବଳିଦାନ କରିଥିବା ଅମର ଶହୀଦ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କୁ ତାଙ୍କ ଶ୍ରାଦ୍ଧଦିବସ ଅବସରରେ ଗଭୀର ଶ୍ରଦ୍ଧା ସହ ସ୍ମରଣ କରାଯାଇଥିଲା। ତାଙ୍କର ତ୍ୟାଗ ଓ ଦେଶପ୍ରେମ ଆଜି ମଧ୍ୟ ସମାଜକୁ ପ୍ରେରିତ କରୁଥିବାରୁ ତାଙ୍କ ଆଦର୍ଶ ସଦା ପଥପ୍ରଦର୍ଶକ ହୋଇ ରହିବ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା।

ଏହି ଅବସରରେ ଆଜି ସକାଳ ୮.୩୦ ମିନିଟ୍ ସମୟରେ ଭୁବନେଶ୍ୱରର ୟୁନିଟ୍–୯ ସ୍ଥିତ ଅମର ଶହୀଦ ରଘୁ–ଦିବାକରଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଯାଇଥିଲା।ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀଯୁକ୍ତ ଗୁରବୀର ସିଂ, ଉପ ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ସହକାରୀ ନିର୍ଦ୍ଦେଶକ ଶ୍ରୀ ଦୀପକ କୁମାର ସାହୁ, ରଘୁ–ଦିବାକର ସ୍ମୃତି ପରିଷଦର ସାଧାରଣ ସମ୍ପାଦକ ଶ୍ରୀ ବ୍ରଜବନ୍ଧୁ ପରିଡ଼ା, ପୂର୍ବତନ ସେଲ୍ଜ଼ ଟୈକ୍ସ ଆୟୁକ୍ତ ଶ୍ରୀ ରାଧାମୋହନ ମହାପାତ୍ର ପ୍ରମୁଖ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ।ଏହାସହିତ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା, ସୂଚନା ଓ ଲୋକସମ୍ପର୍କ ବିଭାଗର ଅନ୍ୟାନ୍ୟ ଅଧିକାରୀ ଏବଂ ରଘୁ–ଦିବାକର ସ୍ମୃତି ପରିଷଦର ସଦସ୍ୟମାନେ ଯୋଗଦେଇ ବରପୁତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking