36.1 C
Bhubaneswar
Friday, April 3, 2026
Homeଓଡିଶାଆଳୁ ୧୨ ଟଙ୍କାରୁ ଅଧିକରେ ବିକ୍ରି କରି ପାରିବେ ନାହିଁ ଖୁଚୁରା ବ୍ୟବସାୟୀ

ଆଳୁ ୧୨ ଟଙ୍କାରୁ ଅଧିକରେ ବିକ୍ରି କରି ପାରିବେ ନାହିଁ ଖୁଚୁରା ବ୍ୟବସାୟୀ

ଭୁବନେଶ୍ୱର: ଖୁଚୁରା ବ୍ୟବସାୟୀ ଆଳୁ ୧୨ ଟଙ୍କାରୁ ଅଧିକରେ ବିକ୍ରି କରି ପାରିବେ ନାହିଁ । ଯଦି ଏହି ନିୟମକୁ ଅଣଦେଖା କରନ୍ତି, ବାନ୍ଧିକି ସିଧା ଜେଲକୁ ପଠାହେବ। ଏମିତି କଡା ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏହା ସହ ରାଜଧାନୀର ବିଭିନ୍ନ ମାର୍କେଟରେ   ଚଢାଉ କରାଯାଇଛି ।ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରମେଶ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ବୈଠକ ବସିଥିଲା । ଏଥିରେ ଖୋର୍ଦ୍ଧା ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନନ୍ଦ୍ରେ ମିଶ୍ର, ବିଏମ୍‌ସି ଏସିଏସ୍ଓ ସହିତ ଭୁବନେଶ୍ୱର ସବୁ ବ୍ୟବସାୟୀ ଯୋଗଦେଇଥିଲେ । ଆଳୁ ଓ ପିଆଜ୍ ବିକ୍ରି ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ।ବୈଠକରେ କୁବେରପୁରୀ ହୋଲସେଲ ମାର୍କେଟ ଆଳୁ ଦର ପ୍ରସଙ୍ଗ ଉଠିଥିଲା । କୁଇଣ୍ଟାଲ ପ୍ରତି ୫ଶହର ୬ଶହ ଟଙ୍କା ବିକ୍ରି ହେଉଥିବା ନେଇ ମତ ରଖିଥିଲେ କୁବେରପୁରୀ ବ୍ୟବସାୟୀ । ଏହି ପ୍ରସଙ୍ଗରେ ଏଡିଏମ୍ କହିଥିଲେ ଯେ ଖୁଚୁରା ବଜାରରେ ଦର କାହିଁକି ଅଧିକ । ବ୍ୟବସାୟୀମାନେ ଉତ୍ତର ରଖିଥିଲେ ଯେ ଆଳୁ ପରିବହନ ଓ ବଛା ଆଳୁ ମିଶାଇଲେ ୧୪ ଟଙ୍କାରେ ବିକ୍ରି ହେବ । ହେଲେ ଏହାକୁ ସିଧା ମନା କରିଥିଲେ ସିଏସ୍ଓ ଶ୍ରୀ ମିଶ୍ର । ଆଳୁ ଦର ୧୨ ଟଙ୍କାରୁ ଅଧିକ ବିକ୍ରି ହେବ ନାହିଁ ବୋଲି ରୋକଠୋକ୍ ଶୁଣାଇଥିଲେ । ଏହା ସହ ପିଆଜ ଦର ମଧ୍ୟ ୨୦ ଟଙ୍କାରୁ ଅଧିକ ବିକ୍ରି ହେବ ନାହିଁ ବୋଲି ଚେତାବନୀ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking