32.1 C
Bhubaneswar
Sunday, March 29, 2026
Homeଓଡିଶାବାଇକ୍ ଉପରେ ମାଡ଼ିଗଲା ହାଇୱା, ଜଣେ ମୃତ

ବାଇକ୍ ଉପରେ ମାଡ଼ିଗଲା ହାଇୱା, ଜଣେ ମୃତ

ଧର୍ମଗଡ: ବାଇକ୍ ଉପରେ ମାଡ଼ିଗଲା ହାଇୱା। ଜଣେ ମୃତ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହରରେ ମର୍ମନ୍ତୁଦ ଦୁର୍ଘଟଣା ଘଟଛି। ମୃତକ ହେଲେ ମଧ୍ୟପ୍ରଦେଶର ରାହୁଲ ମେଘୱାଲ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରାଯାଇଛି । ଫଳରେ ଧର୍ମଗଡ-ବୋଡେନ ମୁଖ୍ୟ ରାସ୍ତାରେ ଯାତାୟତ ଠପ୍ ହୋଇଛି। ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ । ସେହିଭଳି କିଛି ସମୟ ପୂର୍ବରୁ ରାଜଧାନନୀରେ ଦୁର୍ଘଟଣା । ବାଉଁଶ ବୋଝେଇଟ୍ରକକୁ ପିଟିଲା ବାଲି ବୋଝେଇ ହାଇୱା । କାଚ ଭାଙ୍ଗି ଭିତରେ ପଶିଲା ବାଉଁଶ । ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଦୁର୍ଘଟଣା । ହାଇୱା ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଶନିବାର ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ପୀଠାଖାଇ ଘାଟି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଓଲଟିଲା ଟୁରିଷ୍ଟ ବସ୍ । ୫ ମୃତ, ୩୦ରୁ ଉର୍ଦ୍ଧ୍ବ ଆହତ । ସମସ୍ତ ମୃତାହତ ବ୍ରହ୍ମପୁର ଅଞ୍ଚଳର। ବସଟି ୫୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ବୌଦ୍ଧ ଅଭିମୁଖେ ଯାଉଥିଲା । ବିଳମ୍ବିତ ରାତିରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ପୋଲିସ ଓ ଅଗ୍ନିମବାହିନୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଛଥିଲେ। ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking