27.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଏଲପିଜି ବୁକିଂ: ଗୁଜବରୁ ଦୂରେଇ ରହିବାକୁ ପରାମର୍ଶ

ଏଲପିଜି ବୁକିଂ: ଗୁଜବରୁ ଦୂରେଇ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ: ଦେଶରେ ଏଲପିଜି ସିଲିଣ୍ଡର ବୁକିଂ ପାଇଁ ନୂତନ ନିୟମ ଲାଗୁ ହୋଇଥିବା ନେଇ ସୋସିଆଲ ମିଡିଆରେ ପ୍ରଚାରିତ ହେଉଥିବା ଖବରକୁ ବୁଧବାର ସରକାର ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିବା ସହ ବିଭିନ୍ନ ବର୍ଗର ହିତାଧିକାରୀଙ୍କ ପାଇଁ ଅଲଗା ଅଲଗା ସମୟ ସୀମା ଧାର୍ଯ୍ୟ କରାଯାଇଥିବା ଦାବିକୁ ଅସତ୍ୟ ବୋଲି ଦର୍ଶାଇଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ ପୂର୍ବରୁ ପ୍ରଚଳିତ ଥିବା ନିୟମ ହିଁ ବଳବତ୍ତର ରହିଛି, ଯେଉଁଥିରେ ଗ୍ରାମାଞ୍ଚଳ ପାଇଁ ୪୫ ଦିନ ଓ ସହରାଞ୍ଚଳ ପାଇଁ ୨୫ ଦିନର ବୁକିଂ ଅବଧି ଜାରି ରହିଛି। ଦେଶରେ ଗ୍ୟାସର କୌଣସି ଅଭାବ ନଥିବାରୁ ଜନସାଧାରଣଙ୍କୁ ଆତଙ୍କିତ ନହେବାକୁ ଏବଂ ମିଥ୍ୟା ସୂଚନା ଉପରେ ବିଶ୍ୱାସ ନକରିବାକୁ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କ ପାଇଁ କୌଣସି ସ୍ୱତନ୍ତ୍ର କଟକଣା ଲଗାଯାଇ ନାହିଁ। ଅନ୍ୟପକ୍ଷରେ, ଇରାନ-ଇସ୍ରାଏଲ ଯୁଦ୍ଧ ଓ ହର୍ମୁଜ୍ ପ୍ରଣାଳୀରେ ସୃଷ୍ଟି ହୋଇଥିବା ଅସ୍ଥିରତା ଯୋଗୁଁ ବିଶ୍ୱସ୍ତରରେ ତୈଳ ଓ ଗ୍ୟାସ ଯୋଗାଣରେ କିଛିଟା ବାଧା ସୃଷ୍ଟି ହୋଇଛି, ଯାହାକୁ ନେଇ ଗ୍ୟାସ ଅଭାବର ଆଶଙ୍କା କରାଯାଉଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking