35.1 C
Bhubaneswar
Friday, May 8, 2026
Homeଓଡିଶାଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍

ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍

ଭୁବନେଶ୍ୱର: ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ ବିଜେଡି ବିଧାୟକ ଅରୁଣ ସାହୁଙ୍କ କଡ଼ା ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ,ନିର୍ବାଚନ ବେଳେ ବିଜେପି ନେତା କହିଲେ ଓଡ଼ିଶା ଏକ ନମ୍ବର ହେବ । ଓଡ଼ିଶା ଅପରାଧ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ନମ୍ବର ୱାନ ହୋଇଛି । ହତ୍ୟା, ରେପ, କିଡନାପରେ ଓଡିଶା 1 ନମ୍ବର ହୋଇଛି। ହିଞ୍ଜିଳି, କଣାସ, ଢେଙ୍କାନାଳ ରେପ୍‌ ଘଟଣା ପରେ ବାଲିଅନ୍ତା ଘଟଣା , ମର୍ମନ୍ତୁଦ ଦୃଶ୍ୟ ଛାତି ଥରାଇ ଦେଲା ଭଳି ସବୁ ଘଟଣାରେ କ୍ରାଇମ ହେଉଛି ଆଉ ତାର ଭିଡିଓ ମଧ୍ୟ ରେକର୍ଡ଼ିଂ ହେଉଛି । ଓଡ଼ିଶା କଣ ୟୁପି ନା ବିହାର ହେଇଗଲା ଯେ ପୁଲିସ ଉପସ୍ଥିତିରେ ହତ୍ୟା ହେଉଛି , ପୁଲିସକୁ ଜଣାଇକି ବି ହତ୍ୟା ହେଉଛି ।ସେ ଆହୁରି ମଧ୍ୟ କହିଛନ୍ତି ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ନେଇ ସରକାର ନା ସମ୍ବେଦନ ଶିଳତା ପ୍ରକାଶ କରୁଛନ୍ତି ନା ଗୁରୁତ୍ୱ ଦେଇ ସମୀକ୍ଷା କରୁଛନ୍ତି। ରାଜ୍ୟକୁ କେବଳ ଜଗନ୍ନାଥ ଭରସା,ନିର୍ବାଚନ ଜିତି ଖୁସି ମନାଉଛନ୍ତି ସରକାର। ଅସୁରକ୍ଷୀତ ରାଜ୍ୟରେ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ। ରାଜ୍ୟ ସରକାର ଇସ୍ତଫା ଦିଅନ୍ତୁ , ସରକାର ଅସହାୟ ସାଧାରଣ ଲୋକ କଣ କରିବେ । ସରକାର ସକ୍ଷମ ହୁଅନ୍ତୁ ନହେଲେ ଇସ୍ତଫା ଦିଅନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking