ସୁନ୍ଦରଗଡ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କନିଷ୍ଠ ଯନ୍ତ୍ରୀ । ଜଣେ ଠିକାଦାରଙ୍କଠୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଜାତୀୟ ସ୍ୱାସ୍ଥ୍ୟ ମିଶନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁମନ୍ତ ସାହୁ ବୁଧବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସେ ଜଣେ ଠିକାଦାରଙ୍କ ସିକ୍ୟୁରିଟି ଜମା ଟଙ୍କା ୨୧ ହଜାର ଫେରସ୍ତ ପାଇଁ ଏହି ୫ ହଜାର ଟଙ୍କା ଦାବି କରି ହଇରାଣ କରି ଆସୁଥିଲେ । ଫଳରେ ଠିକାଦାର ଜଣଙ୍କ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଏହି ଲା ଞ୍ଚ ଟଙ୍କା ନେଉଥିବା ବଳେ ସେଠାରେ ଛପି ରହିଥିବା ଭିଜିଲାନ୍ସ ଟିମ ତାଙ୍କୁ କାବୁ କରି ଏହି ରାସାୟନିକ ପ୍ରଲେପ ଦିଆ ଲାଞ୍ଚ ଟଙ୍କା ଜବତ କରିଥିଲେ । ତାଙ୍କୁ ଗିରଫ ପରେ ଭିଜିଲାନ୍ସ ଟିମ ତାଙ୍କ ସରକାରୀ ଅଫିସ ସମେତ ୩ଟି ସ୍ଥାନରେ ଚଢାଉ ଜାରି ରଖିଛି ।










