ନୂଆଦିଲ୍ଲୀ: ଯୁଦ୍ଧ ଅନିଶ୍ଚିତତା ଭିତରେ ଖସିଲା ସେୟାର ବଜାର । ୨୩,୦୦୦ରୁ ତଳକୁ ଖସିଲା ନିଫ୍ଟି । ସେନ୍ସେକ୍ସ ୧୫ଶହରୁ ଅଧିକ ପଏଣ୍ଟ୍ ଖସି ୭୩,୧୬୮ରେ ପହଞ୍ଚିଲା । ଉଚ୍ଚ ତୈଳ ମୂଲ୍ୟ ଏବଂ ଯୁକ୍ତରାଷ୍ଟ୍ର-ଇରାନ୍ ଯୁଦ୍ଧର ପ୍ରଭାବ ସେୟାର ବଜାର ଉପରେ ପଡ଼ିଛି । ଇରାନ-ଇସ୍ରାଏଲ ଓ ଆମେରିକା ଯୁଦ୍ଧର ଚତୁର୍ଥ ସପ୍ତାହରେ ପହଞ୍ଚିବା ସହ ତୈଳ ମୂଲ୍ୟ ଉଚ୍ଚ ରହିଥିବାରୁ ଭାରତୀୟ ଷ୍ଟକ୍ ମାର୍କେଟ୍ ଖୋଲିବା କ୍ଷଣି କ୍ରାସ ହୋଇଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବଢ଼ିବା, ହର୍ମୁଜ୍ ନେଇ ଅନିଶ୍ଚୟତା ଏବଂ ବିଶ୍ୱବ୍ୟାପୀ ଅର୍ଥନୈତିକ ଅସ୍ଥିରତାର ପ୍ରଭାବ ସେୟାର ମାର୍କେଟରେ ଦେଖିବାକୁ ମିଳିଛି । ସେନ୍ସେକ୍ସ ୧,୪୫୨ ପଏଣ୍ଟ ଖସି ୭୩ ହଜାର ୮୦.୩୫ରେ କାରବାର ହେଉଛି । ନିଫ୍ଟି୫୦ ୪୧୨.୪୦ ପଏଣ୍ଟ୍ ତଳକୁ ଖସି ୨୨ ହଜାର୭୦୨ ପଏଣ୍ଟରେ ରହିଛି । କେବଳ ଭାରତ ବିଶ୍ବର ଅଧିକାଂଶ ଦେଶରେ ସେୟାର ବଜାର ତଳକୁ ଖସିଛି । ଏସିଆ ବଜାରଗୁଡ଼ିକ ମଧ୍ୟ ହ୍ରାସ ପାଇ ଜାପାନର ସେୟାର ବଜାର ନିକ୍କେଇ ୨୨୫ ଏବଂ ଦକ୍ଷିଣ କୋରିଆର କୋସ୍ପି ଯଥାକ୍ରମେ ୩.୩ ପ୍ରତିଶତ ଏବଂ ୪.୬ ପ୍ରତିଶତ ଖସିଛି । ସେୟାର ବଜାର ହ୍ରାସର ପ୍ରଭାବ ଯୋଗୁ ଟଙ୍କା ମୂଲ୍ୟରେ ହ୍ରାସଘଟିଛି । ଡଲାର ତୁଳନାରେ ସୋମବାର ଟଙ୍କା ୯୩ ଦଶମିକ ୮୫ରେ ପହଂଚିଛି ।










