35.1 C
Bhubaneswar
Monday, March 23, 2026
Homeଓଡିଶାବିରୋଧୀଙ୍କ ହଟ୍ଟଗୋଳ: ସାଢେ ୧୧ଟା ଯାଏଁ ଗୃହ ମୁଲତବୀ

ବିରୋଧୀଙ୍କ ହଟ୍ଟଗୋଳ: ସାଢେ ୧୧ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନରେ ଚାଲିପାରୁନି ଗୃହ । ବିଧାନସଭାରେ ପ୍ରେଶ୍ନାତ୍ତର ଆରମ୍ଭରୁ ବିରୋଧୀ ହଟ୍ଟଗୋଳ କରିଛନ୍ତି । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବୀ କରିଛନ୍ତି । ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ- ବିଜେଡି ବିଧାୟକ ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରି ନାରାବାଜି କରିଛନ୍ତି । ଏସସିବି ଅଗ୍ନିକାଣ୍ଡକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ପଫା ଦାବିରେ ଅଡି ବସିଛନ୍ତି ବିରୋଧୀ । ଯଦିଓ ପ୍ରଶ୍ନକାଳ ଭିତରେ ବିଭାଗୀୟ ମନ୍ତ୍ରୀ ବିଧାୟକଙ୍କ ଉତ୍ତର ରଖୁଥିଲେ ବି ବିରୋଧୀଙ୍କ ହୋହଲ୍ଲାରେ ଗୃହ ସ୍ୱାଭାବିକ ହୋଇପାରିନଥିଲା । ଏଣୁ ଗୃହକୁ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking