24.1 C
Bhubaneswar
Saturday, March 21, 2026
Homeଓଡିଶାବିଜେଡିର ୬ ବିଧାୟକ ନିଲମ୍ବିତ

ବିଜେଡିର ୬ ବିଧାୟକ ନିଲମ୍ବିତ

ଭୁବନେଶ୍ୱର : ବିଜେଡିରୁ ୬ ବିଧାୟକ ନିଲମ୍ବିତ । ବିଜେଡି ପିଏସି ବୈଠକ ପରେ ପ୍ରମିଳା ମଲ୍ଲିକଙ୍କ ସୂଚନା । ପ୍ରମିଳା କହିଲେ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ କୁହାଯିବ । ବିଜେଡି ଆଇନଗତ ଲଢେଇ ଲଢ଼ିବ । ଅବୖଧ ଭୋଟ୍‌ ଗଣନା କରାଯାଇଛି । ସୂଚନାମୁତାବକ, ବିଜେଡିର ୮ ଜଣ ବିଧାୟକ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିଲେ । ତା ଭିତରୁ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ପୂର୍ବରୁ ନିଲମ୍ବିତ ହୋଇସାରିଛନ୍ତି ।  ଆଜି ସନ୍ଧ୍ୟାରେ ନବୀନ ନିବାସରେ ପିଏସି ବୈଠକ ବସିଥିଲା। ଏହି ବୈଠକରେ ମୁଖ୍ୟତଃ ଦଳ ବିରୋଧୀ କାର୍ଯ୍ୟ କରି କ୍ରସ ଭୋଟିଙ୍ଗ କରିଥିବା ୬ ଜଣ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି ବୋଲି ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁସାରେ, ଏହି ବିଧାୟକମାନେ ଗତକାଲି ଦଳ ପକ୍ଷରୁ ଜାରି କରାଯାଇଥିବା ‘କାରଣ ଦର୍ଶାଅ’ ନୋଟିସର ଜବାବ ଦେଇଥିଲେ।
ନିଲମ୍ବିତ ୬ ବିଧାୟକ ହେଲେ-
୧) ଚକ୍ରମଣି କହଁର
୨) ନବ କିଶୋର ମଲ୍ଲିକ
୩) ସୌଭିକ ବିଶ୍ୱାଳ
୪) ସୁବାସିନୀ ଜେନା
୫) ରମାକାନ୍ତ ଭୋଇ
୬) ଦେବୀ ରଞ୍ଜନ ତ୍ରିପାଠୀ
ଏ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବିଜେଡି ଶୃଙ୍ଖଳା କମିଟି ସେହି ଉତ୍ତରଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରିବା ପରେ ନିଜର ରିପୋର୍ଟ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଇଛି । ଆଜି ସନ୍ଧ୍ୟାରେ ଏହି ଉଚ୍ଚସ୍ତରୀୟ ବୈଠକରେ ପିଏସି ସଦସ୍ୟମାନେ ସେହି ରିପୋର୍ଟ ଉପରେ ଆଲୋଚନା କରିଥିଲେ। ବିଦ୍ରୋହୀ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ବୋଲି ତାହା ବୈଠକରେ ସ୍ପଷ୍ଟ ହୋଇଛି। ଏହି ବୈଠକରେ ଦଳର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking