ସିକ୍କିମ: ସିକ୍କିମ ରାଜଧାନୀ ଗ୍ୟାଙ୍ଗଟକ୍ରେ ଶୁକ୍ରବାର ପ୍ରତ୍ୟୁଷରେ ଦୁଇଥର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଗୋଟିଏ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୬ ଥିବାବେଳେ ଅନ୍ୟଟି ୨.୭ ଥିଲା। ଭୋର ୪ଟା ୨୬ ମିନିଟରେ ୩.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଗ୍ୟାଙ୍ଗଟକ୍ର ଉତ୍ତର ପଶ୍ଚିମରେ ୧୦.୭ କିମି ଦୂରରେ ୫ କିମି ଗଭୀରରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ଭୂମିକମ୍ପ ସମ୍ବନ୍ଧୀୟ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।










