33.1 C
Bhubaneswar
Thursday, March 19, 2026
Homeଓଡିଶାଜୟଦେବ ସମାରୋହର ତୃତୀୟ ସନ୍ଧ୍ୟା : ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ଓ ବଂଶୀ ବାଦନରେ ଦର୍ଶକ...

ଜୟଦେବ ସମାରୋହର ତୃତୀୟ ସନ୍ଧ୍ୟା : ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ଓ ବଂଶୀ ବାଦନରେ ଦର୍ଶକ ବିଭୋର

ଭୁବନେଶ୍ୱର : ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ୬୦ତମ ବାର୍ଷିକ ଉତ୍ସବ ଜୟଦେବ ସମାରୋହ-୨୦୨୬ର ତୃତୀୟ ଦିନର ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମ ଆଜି ବହୁ ଆଡ଼ମ୍ବର ସହକାରେ ଉତ୍କଳ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ଜୟଦେବ ସମାରୋହ ଆୟୋଜିତ ହେବ। ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ଡ଼. ସ୍ମିତା ମହାନ୍ତି, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଦୁର୍ଗାଚରଣ ରଣବୀର, ବିଶିଷ୍ଟ ମର୍ଦ୍ଦଳ ବାଦକ ସଚ୍ଚିଦାନନ୍ଦ ଦାସ, ବିଶିଷ୍ଟ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଗୁରୁ ଡ଼. ଚିତ୍ତରଞ୍ଜନ ପାଣି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପରମ୍ପରା, ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ଆଦି ଉପରେ ଆଲୋକପାତ କରିଥିଲେ। ଏଥିସହ ଶ୍ରୀ ଜଗନ୍ନାଥ ସଂସ୍କୃତି, ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ଏବଂ ଆମ ଅନନ୍ୟ ପରମ୍ପରା ଯୋଗୁଁ ଆମ ରାଜ୍ୟ ଓଡ଼ିଶା ଆଜି ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିପାରିଛି ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ଏଥିସହ ଅତିଥିମାନେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କ ଉଜ୍ଜଳ ଭବିଷ୍ୟତର କାମନା କରିବା ସହ ଓଡ଼ିଶାର କଳା ଜଗତକୁ ଋଦ୍ଧିମନ୍ତ କରିବା ଏବଂ ବୈଶ୍ବିକ ସ୍ତରରେ ସୁନାମ ଅର୍ଜନ କରିବା ପାଇଁ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପ୍ରେରିତ କରିଥିଲେ।

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ବିଭାଗର ଛାତ୍ରୀ ତଥା କଣ୍ଠଶିଳ୍ପୀ ସୁଶ୍ରୀ ମନସ୍ଵିନୀ ଭୁଜବଳଙ୍କୁ ତାଙ୍କର ସଫଳତା ପାଇଁ ମହାବିଦ୍ୟାଳୟ ତରଫରୁ ଆଜି ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜି ଜୟଦେବ ସମାରୋହର ତୃତୀୟ ସନ୍ଧ୍ୟାରେ ଗୁରୁ ଶ୍ରୀ ଚନ୍ଦନ କୁମାର ଜେନା ଓ ଗୁରୁ ଶ୍ରୀ ଧୃତିମୟ ବେହେରାଙ୍କ ନିର୍ଦ୍ଦେଶନାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ “ସମବେତ ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ” ପରିବେଷଣ କରିଥିଲେ। ଏହାପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା “ସମବେତ ହିନ୍ଦୁସ୍ତାନୀ ବଂଶୀ ବାଦନ” ପରିବେଷଣ କରାଯାଇଥିଲା, ଯାହାର ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଶ୍ରୀ ଶ୍ରୀନିବାସ ଶତପଥୀ। ଶେଷରେ ଗୁରୁ ଶ୍ରୀ ବିଭୂତି ଭୂଷଣ ବଳବନ୍ତରାୟଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନେ “ସମବେତ ମର୍ଦ୍ଦଳ ବାଦନ” ପରିବେଷଣ କରିଥିଲେ। ଆଜିର କାର୍ଯ୍ୟକ୍ରମକୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିଜୟ କୁମାର ଜେନା ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking