27.1 C
Bhubaneswar
Wednesday, March 18, 2026
Homeଓଡିଶାବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ସୁଧାର ଦାବିରେ ଧାରଣା ଦେଲା ଜେଏମଏମ

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ସୁଧାର ଦାବିରେ ଧାରଣା ଦେଲା ଜେଏମଏମ

ମୟୂରଭଞ୍ଜ: ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ବଢୁଛି ଜନଅସନ୍ତୋଷ l ଆନ୍ଦୋଳନକୁ ଓହ୍ଲାଇଲା ଜେଏମଏମ l ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ କିଶାନତାଣ୍ଡି ଡାକ୍ତରଖାନା ପରିସରରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଯୁବନେତା ଅମିର ଖାନ ଓ ସିପୁ ମୁଦୁଲିଙ୍କ ସମେତ ଅନେକ ପ୍ରମୁଖ ସହଯୋଗୀ ଦଳୀୟ କର୍ମୀ ଧାରଣାରେ ବସିଥିବା ଦେଖିବାକୁ ମିଳିଛି l ରୋଗୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ସହ ସ୍ଥାୟୀ ଡାକ୍ତର ନିଯୁକ୍ତି,ଖାଲି ପଡ଼ିଥିବା କର୍ମଚାରୀ ପଦବୀ ପୂରଣ ସହ ଅଲଟ୍ରାସାଉଣ୍ଡ ଏବଂ ଏକ୍ସରେ ମେସିନ କାର୍ଯ୍ୟକ୍ଷମ କରିବା ଦାବିନେଇ ଧାରଣାରେ ଜେଏମଏମ l ଏହାସହିତ କିଶାନତାଣ୍ଡି ଡାକ୍ତରଖାନା ଅଧୀନସ୍ଥ ଗଡିଆ,ଚିତ୍ରଡା, ଦାନ୍ତିଆମୁହାଁ ଓ ସାନମୁଣ୍ଢାବଣି ଆଦି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଡାକ୍ତର ପଦବୀ ଖାଲି ରହିଛି l ତେବେ ଭେଷଜ ବିଭାଗରେ ନିଯୁକ୍ତି ପାଇଥିବା ବିଶେଷଜ୍ଞ ଡାକ୍ତର ଦୀପକ କୁମାର ନାୟକ କିଶାନତାଣ୍ଡି ବଦଳରେ ଅନ୍ୟତ୍ର କାର୍ଯ୍ୟ କରୁଥିବା ହେତୁ ତାଙ୍କୁ ତୁରନ୍ତ ପ୍ରତ୍ୟାବର୍ତ୍ତନ କରାଯିବା ସହ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ସସ୍ମିତା ବେହେରା ଯିଏକି କୃଷ୍ଣଚନ୍ଦ୍ରପୁର ଡାକ୍ତରଖାନାରେ ନିଯୁକ୍ତି ପାଇଥିବା ବେଳେ ସପ୍ତାହରେ ଦୁଇଦିନ ପାଇଁ କିଶାନତାଣ୍ଡି ଡାକ୍ତରଖାନାକୁ ନିଯୁକ୍ତି ଦିଆଯାଇଛି l ତେବେ ଏନେଇ ଡାକ୍ତରଖାନା ଅଧିକାରୀ ଡ଼ା.ହାମ୍ବିରା ମୁର୍ମୁଙ୍କ ଅନୁପସ୍ଥିତିରେ ଦାୟିତ୍ୱରେ ଥିବା ଡାକ୍ତର ଚନ୍ଦନ କୁମାର ସାହୁ ଧାରଣାକାରୀଙ୍କ ସହ ଆଲୋଚନା କରିଥିଲେ ସୁଦ୍ଧା ଜେଏମଏମ ଦଳ ତାଙ୍କ ଜିଦରେ ଅଟଳ ଥିବା ପ୍ରକାଶ କରିଛନ୍ତି l ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଆଗକୁ ଜାରି ରହିବ ବୋଲି ଜେଏମଏମ ଘୋଷଣା କରିଛିl

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking