26.1 C
Bhubaneswar
Sunday, March 15, 2026
Homeଅପରାଧବ୍ଲାଙ୍କ୍ ଚେକ୍ ଦେବା ଘଟଣା : ୪ ଗିରଫ

ବ୍ଲାଙ୍କ୍ ଚେକ୍ ଦେବା ଘଟଣା : ୪ ଗିରଫ

ଭୁବନେଶ୍ୱର : ବାଙ୍ଗାଲୋରରେ କଂଗ୍ରେସ ବିଧାୟକଙ୍କୁ ଟଙ୍କା ମାଧ୍ୟମରେ ପ୍ରଲୋଭିତ କରୁଥିବା ସମସ୍ତ ୪ ଜଣଙ୍କୁ ବାଙ୍ଗାଲୁରୁ ପୋଲିସ ଗିରଫ କରିଛ। ଗିରଫ ହୋଇଥିବା ବ୍ୟକ୍ତି ହେଲେ କର୍ଣ୍ଣାଟକର ଜଣେ ପ୍ରଭାବଶାଳୀ ବିଜେପି ନେତାଙ୍କ ପାଖଲୋକ ସୁରେଶ, ଓଡ଼ିଶାର ଜଣେ ପୂର୍ବତନ ମନ୍ତ୍ରୀଙ୍କ ପୁତ୍ର ଅଜିତ ସାହୁ, ରାଉରକେଲା ବାସିନ୍ଦା ବୀରେନ୍ଦ୍ର ପ୍ରସାଦ ଏବଂ ସିମାଞ୍ଚଳ ମହାକୁଡ଼।

ପ୍ରକାଶ, ବେଙ୍ଗାଲୁରୁ ହୋଟେଲରେ ବ୍ଲାଙ୍କ ଚେକ୍ ଦେଇ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ଲୋକ ଟଙ୍କା ଅଫର କରୁଥିବା ଅଭିଯୋଗ ହୋଇଥିଲା । କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଏଭଳି ସାଂଘାତିକ ଅଭିଯୋଗ ଆଣିଥିଲେ । ମୋବାଇଲ୍ କଲ୍ ଡିଟେଲ୍‌ସ ଦେଖାଇ ଅଭିଯୋଗ ଆଣିଥିଲେ ସପ୍ତଗିରି । ଆମ ବିଧାୟକଙ୍କୁ ଟ୍ରାପ୍ କରିବାକୁ ୫ କୋଟି ଅଫର୍ କରାଯାଉଛି। ବାଙ୍ଗାଲୋର ସ୍ଥିତ ହୋଟେଲ୍‌ରେ ôତବା ବିଧାୟକଙ୍କୁ ଟ୍ରାପ୍ ପାଇଁ ଉଦ୍ୟମ କରାଯାଉଛି। ଓଡ଼ିଶାରୁ ୪ଜଣ ଷଳକା ଆସିଛନ୍ତି। ସେମାନଙ୍କୁ ଦିଲୀପ ରାୟ ପଠାଇଛନ୍ତି। ଏଠି ଆମର ୮ ଭୋଟ୍ ଓ ଭୁବନେଶ୍ୱରରେ ଆଉ ୬ ଭୋଟ୍ ସୁରକ୍ଷିତ ଅଛି। ଯେଉଁ ୪ଜଣ ଓଡ଼ିଶାରୁ ଆସିôତଲେ ସେମାନଙ୍କ ନାଁରେ ଏଫ୍‌ଆଇଆର୍ କରିଛୁ। ତେବେ ଏହାର ଜବାବ ରଖିଛନ୍ତି ଦିଲ୍ଲୀପ ରାୟ । କହିଛନ୍ତି, କର୍ଣ୍ଣାଟକରେ କଂଗ୍ରେସ ସରକାର ଅଛି । ଯଦି ମୋ ଲୋକଙ୍କ ନାଁରେ ଅଭିଯୋଗ ଅଛି, ତେବେ ଗିରଫ କରନ୍ତୁ ବୋଲି ଦିଲ୍ଲୀପ ରାୟ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking