29.1 C
Bhubaneswar
Sunday, March 15, 2026
Homeଓଡିଶା୫ କୋଟି ଲେଖାଏଁ ଯାଚୁଛନ୍ତି : ସପ୍ତଗିରି

୫ କୋଟି ଲେଖାଏଁ ଯାଚୁଛନ୍ତି : ସପ୍ତଗିରି

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଆଣିଲା ସାଂଘାତିକ ଅଭିଯୋଗ । ବେଙ୍ଗାଲୁରୁ ହୋଟେଲରେ ବ୍ଲାଙ୍କ ଚେକ୍ ଦେଇ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ଲୋକ ଟଙ୍କା ଅଫର କରୁଥିବା ଅଭିଯୋଗ ହୋଇଛି । କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ମୋବାଇଲ୍ କଲ୍ ଡିଟେଲ୍‌ସ ଦେଖାଇ ଅଭିଯୋଗ ଆଣିଛନ୍ତି ସପ୍ତଗିରି । ଆମ ବିଧାୟକଙ୍କୁ ଟ୍ରାପ୍ କରିବାକୁ ୫ କୋଟି ଅଫର୍ କରାଯାଉଛି। ବାଙ୍ଗାଲୋର ସ୍ଥିତ ହୋଟେଲ୍‌ରେ ôତବା ବିଧାୟକଙ୍କୁ ଟ୍ରାପ୍ ପାଇଁ ଉଦ୍ୟମ କରାଯାଉଛି। ଓଡ଼ିଶାରୁ ୪ଜଣ ଷଳକା ଆସିଛନ୍ତି। ସେମାନଙ୍କୁ ଦିଲୀପ ରାୟ ପଠାଇଛନ୍ତି। ଏଠି ଆମର ୮ ଭୋଟ୍ ଓ ଭୁବନେଶ୍ୱରରେ ଆଉ ୬ ଭୋଟ୍ ସୁରକ୍ଷିତ ଅଛି। ଯେଉଁ ୪ଜଣ ଓଡ଼ିଶାରୁ ଆସିôତଲେ ସେମାନଙ୍କ ନାଁରେ ଏଫ୍‌ଆଇଆର୍ କରିଛୁ। ତେବେ ଏହାର ଜବାବ ରଖିଛନ୍ତି ଦିଲ୍ଲୀପ ରାୟ । କହିଛନ୍ତି, କର୍ଣ୍ଣାଟକରେ କଂଗ୍ରେସ ସରକାର ଅଛି । ଯଦି ମୋ ଲୋକଙ୍କ ନାଁରେ ଅଭିଯୋଗ ଅଛି, ତେବେ ଗିରଫ କରନ୍ତୁ ବୋଲି ଦିଲ୍ଲୀପ ରାୟ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking