28.1 C
Bhubaneswar
Thursday, March 12, 2026
Homeଓଡିଶାଦେଶରେ ତେଲ, ଗ୍ୟାସର ଅଭାବ ନାହିଁ: ମନ୍ତ୍ରୀ

ଦେଶରେ ତେଲ, ଗ୍ୟାସର ଅଭାବ ନାହିଁ: ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ତେଲ, ଗ୍ୟାସର କୌଣସି ଅଭାବ ନାହିଁ କହିଲେ ମନ୍ତ୍ରୀ । ଲୋକସଭାରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି । ପେଟ୍ରୋଲ , ଡିଜେଲ, କିରୋସିନି କିମ୍ବା ଇନ୍ଧନ ତେଲର କୌଣସି ଅଭାବ ନାହିଁ । ଦେଶ ସାରା ଖୁଚୁରା ଦୋକାନଗୁଡିକରେ ଏସବୁ ଗଚ୍ଛିତ ଅଛି । ପ୍ରତିଦିନ ଏଲଏନଜି କାର୍ଗୋ ଆସୁଛି, ସିଏନଜି ଯୋଗାଣ ଶତ ପ୍ରତିଶତ ଜାରି ରହିଛି ।ହର୍ମୁଜ ବ୍ୟତୀତ ଅନ୍ୟ ମାର୍ଗରୁ ଆଶୋଧିତ ଆମଦାନୀ ୭୦ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହା ସଂଘର୍ଷ ଆରମ୍ଭ ହେବା ପୂର୍ବରୁ ୫୫ ପ୍ରତିଶତ ଥିଲା ।କାନାଡା, ରୁଷିଆ, ନରୱେରୁ ଇନ୍ଧନ ଆସୁଛି କହିଲେ ମନ୍ତ୍ରୀ ।ଲୋକେ ଆତଙ୍କିତ ହେବାରୁ ତେଲ, ଗ୍ୟାସର ଡିମାଣ୍ଡ ବଢିଛି । ଏଭଳି ସ୍ଥିତିର ମୁକାବିଲା କରିବାକୁ ଆମେ ସମ୍ବା ସମୟ ପାଇଁ ପ୍ରସ୍ତୁତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking