35.6 C
Bhubaneswar
Wednesday, May 13, 2026
Homeଓଡିଶାଜନବସତିମୁହାଁ ଗୋଠଛଡ଼ା ଦନ୍ତା: ଆତଙ୍କରେ ଲୋକେ ଅତିଷ୍ଠ

ଜନବସତିମୁହାଁ ଗୋଠଛଡ଼ା ଦନ୍ତା: ଆତଙ୍କରେ ଲୋକେ ଅତିଷ୍ଠ

ବାଲେଶ୍ବର: ୧୦ ଦିନ ହେଲା ଘୂରିବୁଲୁଛି ହାତୀ । ବନ ବିଭାଗ ନିରବଦ୍ରଷ୍ଟା । ଘର, ଦୋକାନ, ପାଚେରି ଭାଙ୍ଗୁଛି । ପନିପରିବା, ରବିଧାନ ନଷ୍ଟ କରୁଛି । ବାଲେଶ୍ବର ସଦର ବ୍ଲକ୍‌ ସମୁଦ୍ର ଉପକୂଳ ବାହାବଳପୁର, ପରିଖି, ଦୁବୁଲାଗଡ଼ି ପଞ୍ଚାୟତ ଅଞ୍ଚଳରେ ଏକ ଗୋଠଛଡ଼ା ଦନ୍ତା ଆତଙ୍କରେ ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି । ଜଙ୍ଗଲ ଛାଡ଼ି ଜନବସତିମୁହାଁ ଏହି ଗୋଠଛଡ଼ା ଦନ୍ତା ୧୦ଦିନ ହେବ ଉପକୂଳବାସୀଙ୍କ ନିଦ ହଜାଇ ଦେଇଛି । ଲୋକଙ୍କ ଧାନ, ଚାଉଳ, ଡାଲି, ପନିପରିବା ଖାଇଯାଉଛି । ରବି ଧାନ ଖାଇ ନଷ୍ଟ କରି ଚାଲିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି । ସଞ୍ଜ ନଇଁଲେ ଗ୍ରାମାଞ୍ଚଳରେ ତାଟିକବାଟି ବନ୍ଦ ରହୁଛି । ଆଖପାଖ ଅନେକ ଲୋକଙ୍କ ଘର, ପାଚେରି ଭାଙ୍ଗି ସାରିଲାଣି । ତଥାପି ବନବିଭାଗ ନିରବଦ୍ରଷ୍ଟା ସାଜିଛି । ଦନ୍ତାଟି ୩ ତାରିଖ ଠାରୁ ବାହାବଳପୁର, ଦୁବଲାଗଡ଼ି ପଞ୍ଚାୟତ ଅଞ୍ଚଳରେ ଘୂରି ବୁଲୁଥିବାବେଳେ ଦୁଇଦିନ ତଳେ ସମୁଦ୍ରକୂଳ ଦେଇ ପରିଖି ପଞ୍ଚାୟତ ପନ୍ତା, ମାଝୀଚକ, ତାଳବୋରାଇ, ହରିପୁର, ବଳରାମଗଡ଼ି, ଯଶିପୁର, କଣ୍ଟାପାଳ, ଶିରୀଷପଦା ଆଦି ଗାଁ’ମାନଙ୍କରେ ପଶି ଅନେକ କ୍ଷୟକ୍ଷତି ଘଟାଇ ଚାଲିଛି । ଗତକାଲି ରାତିରେ ପନ୍ତା ଗ୍ରାମର ଅଜିତ କାର୍ମୀଙ୍କ ଘର ଭାଙ୍ଗି ଥିବାବେଳେ ବବୁଲ ଏସ୍‌କେ ରାଜକପୁରଙ୍କ ପାଚେରି ଭାଙ୍ଗି ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking