27.1 C
Bhubaneswar
Saturday, March 7, 2026
Homeଓଡିଶା୯ ଯାଏଁ ଛେଚିବ ବର୍ଷା !

୯ ଯାଏଁ ଛେଚିବ ବର୍ଷା !

ଭୁବନେଶ୍ୱର: ପ୍ରବଳ ତାତିରୁ ମିଳିବ ତ୍ରାହି । ଆଜିଠୁ ବଦଳିବ ପାଗର ମିଜାଜ୍ । କାଳବୈଶାଖୀ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ । ଉତ୍ତର ଓଡ଼ିଶା ଓ ଏହାର ସଂଲଗ୍ନ ବର୍ତ୍ତୀ ପଶ୍ଚିମବଙ୍ଗ ଅଞ୍ଚଳ ଦେଇ ଏକ ଘୂର୍ଣ୍ଣିବଳୟ ରହିଛି । ଫଳରେ ବଙ୍ଗୋପସାଗରରୁ ଜଳୀୟବାଷ୍ପ ରାଜ୍ୟକୁ ପ୍ରବେଶ କରିବ । ଯାହା କାଳବୈଶାଖୀ ବର୍ଷା କରିବାରେ ସହାୟକ ହେବ। ଆଜି ଠାରୁ ୯ ତାରିଖ ଯାଏଁ ରାଜ୍ୟରେ ବିଶେଷ ପ୍ରଭାବ ରହିବା ନେଇ ଆଲର୍ଟ ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର ।ଆଜି ପାଇଁ ୨୩ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ହାଲୁକା ବର୍ଷା ନେଇ ଆଲର୍ଟ ଜାରି ହୋଇଛି । ଆସନ୍ତାକାଲି ଏହାର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିବ । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏହି ୪ ଜିଲ୍ଲାରେ ୪୦ ରୁ ୫୦ କିମି ବେଗରେ ପବନ ସହ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହିତ ୨୨ ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୯ ତାରିଖରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ରହିବ ହାଲୁକା ପ୍ରଭାବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking