26.1 C
Bhubaneswar
Friday, March 6, 2026
Homeଓଡିଶାତିରୁପତି- ପଶୁପତି ରେଡ କରିଡର ସ୍ୱପ୍ନ ଧ୍ୱଂସ ହେବ

ତିରୁପତି- ପଶୁପତି ରେଡ କରିଡର ସ୍ୱପ୍ନ ଧ୍ୱଂସ ହେବ

କଟକ: ଓଡିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ସିଧା ମୁଣ୍ଡଳି ସିଆଇଏସଏଫ ଅଭିମୁଖେ ବାହାରିଥିଲେ ଅମିତ ଶାହ । ମୁଣ୍ଡଳିରେ ସିଆଇଏସଏଫର ୫୭ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ନିଜ ବକ୍ତବ୍ୟ ରେ କହିଛନ୍ତି ମାର୍ଚ୍ଚ ୩୧ରେ ଦେଶ ନକ୍ସଲବାଦରୁ ମୁକ୍ତ ହେବ କହିଲେ ଶାହ । ମୁଁ ଦେଶର ନାଗରିକଙ୍କୁ ଆଶ୍ୱସ୍ତ କରୁଛି ଦେଶ ନକ୍ସଲବାଦରୁ ମୁକ୍ତ ହେବ । ଏବେ ଆମେ ନକ୍ସଲବାଦରୁ ମୁକ୍ତ ହେବା ଦ୍ୱାରଦେଶରେ । ସୁରକ୍ଷାକର୍ମୀଙ୍କ ଜୋରଦାର ଅପରେସନ ଯୋଗୁଁ ନକ୍ସଲବାଦ ସଫା ହୋଇଯିବ । ତିରୁପତିରୁ ପଶୁପତି ରେଡ କରିଡର ସ୍ୱପ୍ନ ଦେଖୁଥିବା ଲୋକେ ହାରିବେ । ଆମ ସୁରକ୍ଷାକର୍ମୀ ସେମାନଙ୍କୁ ପରାସ୍ତ କରି ପ୍ରଭୁତ୍ୱ ଦେଖାଇବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଏହା ବଡ ସଫଳତା । ନକ୍ସଲବାଦର ମୂଳୋତ୍ପଟନ ପାଇଁ ସିଆଇଏସଏଫଙ୍କ ଭୁମିକା ବି ଗୁରୁତ୍ୱପୂର୍ଣ୍ଣ ରହିଛି । ଓଡିଶା, ଛତିଶଗଡ, ତେଲେଙ୍ଗାନାରେ ବି ସିଆଇଏସଏଫଙ୍କ ବଡ ଅବଦାନ ରହିଛି । ୫ଟି ପ୍ରକଳ୍ପର ଭୂମିପୂଜନ ଓ ଶିଳାନ୍ୟାସ ହେଲା । ୨୦୨୭ ସୁଦ୍ଧା ତୃତୀୟ ସର୍ବବୃହତ ଅର୍ଥନୀତି ଲକ୍ଷ୍ୟ ରଖାଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking