29.1 C
Bhubaneswar
Tuesday, April 28, 2026
Homeଓଡିଶାଭଉଣୀ ବିବାହ ଦିନକ ପୂର୍ବରୁ ବାଣ ବିସ୍ଫୋରଣରେ ଭାଇର ମୃତ୍ୟୁ

ଭଉଣୀ ବିବାହ ଦିନକ ପୂର୍ବରୁ ବାଣ ବିସ୍ଫୋରଣରେ ଭାଇର ମୃତ୍ୟୁ

ପୁରୀ : ଭଉଣୀ ବିବାହ ଦିନକ ପୂର୍ବରୁ ଭାଇ ମୃତ । ପୁରୀ ସାନୁ ଖଣ୍ଡିଆବନ୍ଧର ବିବାହ ମଣ୍ଡପରେ ଇଲେକ୍ଟ୍ରି ବାଣ ପ୍ରସ୍ତୁତ କରୁଥିବା ବେଳେ ଅଘଟଣ ଘଟିଛି । ମୃତକ ମଙ୍ଗଳାଘାଟ ପାଇକ ସାହିର ୧୯ ବର୍ଷିୟ ଯୁବକ ସାନୁ ମଲ୍ଲିକ । ଗତକାଲି ରାତିରେ ଖଣ୍ଡିଆବନ୍ଧର ଏକ ବିବାହ ମଣ୍ଡପରେ ଇଲେକ୍ଟ୍ରି ବାଣ ପ୍ରସ୍ତୁତ କରୁଥିବାବେଳେ ବାଣ ବିସ୍ଫୋରଣ ହୋଇଥିଲା । ଗୁରୁତର ଅବସ୍ଥାରେ ସାନୁଙ୍କୁ ଉଦ୍ଧାର କରାଯାଇ ସଦର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ସାନୁଙ୍କ ମୃତ୍ୟୁ ଘଟିଛି । ତେବେ ମୃତ୍ୟୁ ପରେ ପରିବାର ପାଇଁ ଦୁଃଖ ଓ ଯନ୍ତ୍ରଣା ଛାଡ଼ିଯାଇଛନ୍ତି ସାନୁ ।

ପଛରେ ୬ ମାସର ଗର୍ଭବତୀ ପତ୍ନୀକୁ ଛାଡ଼ି ଯାଇଛନ୍ତି । ମଙ୍ଗଳାଘାଟ ପାଇକ ସାହିର ଛବି ମଲ୍ଲିକଙ୍କ ପୁଅ ସାନୁ ପୁରୀ ବେଳାଭୂମିରେ ଘୋଡ଼ା ଚଳାଇ ଜୀବିକା ନିର୍ବାହ କରୁଥିଲେ। ଗତ କିଛି ମାସ ହେବ ପ୍ରେମ ବିବାହ କରିଥିଲେ। ଘର ଛାଡ଼ି ସ୍ତ୍ରୀ ସୁଭଦ୍ରା ମଲ୍ଲିକଙ୍କ ସହ ମଶାଣୀଚଣ୍ଡୀ ଛକରେ ଭଡ଼ାରେ ରହୁଥିଲେ । ଆଜି ଭଉଣୀର ବିବାହ ଥିବାରୁ ଗତକାଲି ସ୍ତ୍ରୀଙ୍କୁ ବାପା ଘରେ ଛାଡ଼ି ଖଣ୍ଡିଆବନ୍ଧର ଏକ ବିବାହ ମଣ୍ଡପରେ ଇଲେକ୍ଟ୍ରି ବାଣ ପ୍ରସ୍ତୁତ ପାଇଁ ଯାଇଥିଲେ । ହଠାତ୍ ଆଜି ପରିବାର ଲୋକେ ପୁଅର ମୃତ୍ୟୁ ଖବର ପାଇଥିଲେ। ପୁଅକୁ କେହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ସାନୁଙ୍କ ବାପା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking