29.1 C
Bhubaneswar
Tuesday, April 28, 2026
Homeଓଡିଶାମଧୁବାବୁ ହେଉଛନ୍ତି ଓଡିଆ ସ୍ୱାଭୀମାନର ପ୍ରତୀକ : ମନମୋହନ ସାମଲ

ମଧୁବାବୁ ହେଉଛନ୍ତି ଓଡିଆ ସ୍ୱାଭୀମାନର ପ୍ରତୀକ : ମନମୋହନ ସାମଲ

 ଲୋକଭବନ ସମ୍ମୁଖ ମଧୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ
 ରାଜ୍ୟ କାର୍ଯ୍ୟାଳୟରେ ମଧୁବାବୁଙ୍କ ଫଟୋଚିତ୍ର ପ୍ରଦର୍ଶନୀ ପ୍ରଦର୍ଶିତ
ଭୁବନେଶ୍ୱର: ଆଜିର ଦିନ ଏକ ସ୍ମରଣୀୟ ଦିନ । ମଧୁବାବୁ ଓଡ଼ିଆ ଜାତୀୟତାର ମନ୍ତ୍ରଦାତା କେବଳ ନଥିଲେ, ସେ ଥିଲେ ଓଡ଼ିଆ ସ୍ୱାଭିମାନର ପ୍ରତୀକ । କେବଳ ରାଜନୈତିକ ସ୍ୱତନ୍ତ୍ରତା ନୁହେଁ ସାମାଜିକ ଆର୍ଥିକ ସାଂସ୍କୃତିକ, ଶୈକ୍ଷିକ ଓ ସାଭ୍ୟତିକ ଦୃଷ୍ଟିରୁ ସେ ଏକ ଉନ୍ନତ ଓଡ଼ିଶାର ସ୍ୱପ୍ନ ଦେଖିଥିଲେ । ଓଡିଶାର ଉପକୂଳ, ମାଳଚଂଳ ଓ ଗଡଜାତ ସବୁ ଭାଗର ଆତ୍ମିକ ଏକୀକରଣ ପାଇଁ ସେ ଉଦ୍ୟମ କରିଥିଲେ । ସେ ନିଜ ତ୍ୟାଗ, ତପସ୍ୟା, ସାଧନା ଓ ନିଷ୍ଠାପର ଉଦ୍ୟମ ବଳରେ ଓଡିଶାକୁ ଭାଷାଭିତିକ ରାଜ୍ୟ ଭାବେ ଗଠନ କରିବାରେ ସଫଳ ହୋଇଥିଲେ । ସେ ସମସ୍ତଙ୍କୁ ସାଙ୍ଗରେ ନେଇ ଏକ ବିରାଟ ଆନ୍ଦୋଳନ ଗଢି ତୋଳିଥିଲେ । ୧୯୮୦ ଦଶକରୁ ମୃତ୍ୟୁ ପର୍ଯ୍ୟନ୍ତ ମଧୁବାବୁ ତାଙ୍କର ସମଗ୍ର ଜୀବନକୁ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ଉତ୍ସର୍ଗ କରିଥିଲେ । ତାଙ୍କର ବିଚାରଧାରା ଲୋକଙ୍କୁ ପ୍ରଭାବିତ କରିଛି । ମଧୁବାବୁ ନଥିଲେ ଓଡ଼ିଶାର ଇତିହାସ ଆଜି ଭିନ୍ନ ହୋଇଥାନ୍ତା ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଓଡ଼ିଆ ଜାତିର ମହାନ ସନ୍ତାନ, ଆଧୁନିକ ଓଡିଶାର ରୂପକାର ତଥା ଓଡ଼ିଆ ଜାତିର କୁଳବୃଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜନ୍ମ ଜୟନ୍ତୀ ଅବସରରେ ଭୁବନେଶ୍ୱରସ୍ଥିତ ଲୋକଭବନ ସମ୍ମୁଖ ମଧୁବାବୁଙ୍କ ପ୍ରତିମୂର୍ତିରେ ରାଜ୍ୟ ସଭାପତି ମନମୋହନ ସାମଲ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଏହି ଜୟନ୍ତୀ ଅବସରରେ ବିଧାୟକ ଶ୍ରୀ ବାବୁ ସିଂ, ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢାଲି, ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ, ବରିଷ୍ଠ ନେତା ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର ଓ ପାର୍ଟିର ଅନ୍ୟାନ୍ୟ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ରାଜ୍ୟ କାର୍ଯ୍ୟାଳୟରେ ମଧୁବାବୁଙ୍କ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍‌ଘାଟନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ସାଂସଦ ଶ୍ରୀ ବଳଭଦ୍ର ମାଝୀ, ପୂର୍ବ ଭାରତ ପ୍ରଶିକ୍ଷଣ ସଂଯୋଜକ ପ୍ରଫେସର ଦିନେଶାନନ୍ଦ ଗୋସ୍ୱାମୀ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି ପ୍ରମୁଖଙ୍କ ସମେତ ରାଜ୍ୟ ପଦାଧିକାରୀଗଣ ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking