ଭୁବନେଶ୍ୱର: ଗତକାଲି ଦଳରୁ ବହିଷ୍କାର ପରେ ଆଜି ନିଜର ଅସନ୍ତୋଷ ଜାହିର କରିଛନ୍ତି ଚୌଦ୍ୱାର କଟକ ର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ପ୍ରଭାତ ବିଶ୍ବାଳ କଡ଼ା ଟାର୍ଗେଟ୍ କରିଛନ୍ତି । ଏବଂ କହିଛନ୍ତି ଦେବାଶିଷ ସାମନ୍ତରାୟଙ୍କ ପାଇଁ ମୁଁ ଲାଲ୍ ପିନ୍ଧୁଛି। ମୁଁ କ’ଣ ଲୋକେ ଜାଣନ୍ତି, ଦେବାଶିଷ ବାବୁଙ୍କୁ ବି ଜାଣନ୍ତି। ନିଜର ବେପାର କରିବାକୁ ସେ ବିଜୁ ଜନତା ଦଳରେ ମିଶିଛନ୍ତି। ଚିଟ୍ଫଣ୍ଡ ଦୁର୍ନୀତିରେ ଦେବାଶିଷଙ୍କର ହାତ ରହିଛି। ଗୁଣ୍ଡା ହୋଇ ସେ ଚାନ୍ଦା ଆଦାୟରେ ଲାଗି ପଡ଼ିଛନ୍ତି। ବେଳେବେଳେ ସେ କ’ଣ କୁହନ୍ତି କିଛି ଜାଣିପାରନ୍ତି ନାହିଁ। ମୋ ବିରୋଧରେ ଚିଟ୍ଫଣ୍ଡ ଅଭିଯୋଗ କଲେ, ସିବିଆଇ କିଛି ପାଇଲାନି।
ଦଳ ପାଇଁ ଭଲ କାମ କରି ବହିଷ୍କୃତ ହେଲି, ନବୀନ ବାବୁ ଭଲ ଲୋକ। କିନ୍ତୁ ସେ ପ୍ୟାରୀବାବୁ ଓ ପାଣ୍ଡିଆନ୍ଙ୍କ ଉପରେ ନିର୍ଭରଶୀଳ ଥିଲେ। ମିଡ୍ ନାଇଟ୍ ଅପରେସନ୍ ମଧ୍ୟ ସେ ପେଡି ଖୋଲିଛନ୍ତି। ସେଦିନ ରାତି ଓ ପୂର୍ବ କିଛି ଦିନ ଘଟଣାବଳୀ କଥା କହିଛନ୍ତି। କହିଛନ୍ତି ମୋତେ ଅତନୁ ସବ୍ୟସାଚୀ ନାୟକ ଘରକୁ ଡାକି ଖାଇବାକୁ ଦେଲେ। ସେତେବେଳକୁ ପ୍ରଣବ ପ୍ରକାଶ ଦାସ, ସାରଦା ନାୟକ ପହଞ୍ଚି ସାରିଥିଲେ। ବିଭୂତି ବଳବନ୍ତରାୟ ଓ ରାଜୁ ବାବୁ ମଧ୍ୟ ପହଞ୍ଚି ସାରିଥିଲେ। ସେଦିନ କିଏ କାହାକୁ କଣ କହିଥିଲେ ତାହାର ରେକର୍ଡ ମୋ ପାଖରେ ରହିଛି। ସ୍ବର୍ଗତଃ ପ୍ୟାରୀ ବାବୁ ଓ ତାଙ୍କ ପତ୍ନୀ ଶପଥ କରାଇଥିଲେ ପ୍ରକାଶ ନ କରିବାକୁ। ତେଣୁ ଆଜି ପର୍ଯ୍ୟନ୍ତ ମୁଁ ଚୁପ ରହି ଆସିଥିଲି- ପ୍ରଭାତ ବିଶ୍ବାଳ। ଖଇରିଆ ପୋଷାକ ପିନ୍ଧାଇବା ପାଇଁ ୨ ପୂର୍ବତନ ମନ୍ତ୍ରୀ, ଦେବାଶିଷ ଦାୟୀ। ଅତନୁ ଓ ବବି ଦଳ ପାଇଁ ରାତି ଅନିଦ୍ରା ହୋଇ ନାହାନ୍ତି, ମୁଁ ହୋଇଛି।










