36.1 C
Bhubaneswar
Sunday, May 31, 2026
Homeଦେଶ ବିଦେଶଚାରିଧାମ ଯାତ୍ରା ଅସ୍ଥାୟୀ ଭାବେ ବନ୍ଦ, ୩ ଶ୍ରଦ୍ଧାଳୁ ମୃତ

ଚାରିଧାମ ଯାତ୍ରା ଅସ୍ଥାୟୀ ଭାବେ ବନ୍ଦ, ୩ ଶ୍ରଦ୍ଧାଳୁ ମୃତ

ଉତ୍ତରାଖଣ୍ଡ : କେଦାରନାଥ ଧାମ ଯିବାକୁ ଯୋଜନା କରୁଥିଲେ, ଆପଣଙ୍କ ପାଇଁ ବଡ଼ ଖବର । ଉତ୍ତରାଖଣ୍ଡରେ ପାଗରେ ପରିବର୍ତ୍ତନ ହୋଇଛି । ଶନିବାର ରାତିରୁ ବର୍ଷା ଲାଗି ରହିଛି । ତେଣୁ କେଦାରନାଥ ପ୍ରଶାସନ ତରଫରୁ ଯାତ୍ରାକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଯିବାଆସିବା ଉପରେ ରୋକ୍ ଲଗାଯାଇଛି । ପାଣିପାଗ ସ୍ଥିତି ଠିକ୍ ହେବା ପରେ ଯାତ୍ରା ଆରମ୍ଭ ହେବ । କେଦାରନାଥରେ ଲଗାତାର ବର୍ଷା ଯୋଗୁଁ ପ୍ରଶାସନ ଏବଂ ବିପର୍ଯ୍ୟୟ ଟିମ ଆଲର୍ଟ ମୋଡରେ ରହିଛି । ଯାତ୍ରୀଙ୍କୁ ଗୁପ୍ତକାଶୀ, ଫାଟା, ରାମପୁର, ସୋନପ୍ରୟାଗ ଏବଂ ଗୌରୀକୁଣ୍ଡ ସ୍ଥିତ ସୁରକ୍ଷିତ ହୋଲ୍ଡିଂ ସେଣ୍ଟରରେ ରୋକାଯାଇଛି । କେଦାରନାଥ ଧାମରୁ ଫେରୁଥିବା ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ଭାବେ ତଳକୁ ଅଣାଯାଉଛି । ଜିଲ୍ଲାଧିକାରୀଙ୍କ ନିର୍ଦ୍ଦେଶରେ ସମସ୍ତ ବିଭାଗ ଆଲର୍ଟ ମୋଡରେ ରହିଛି । କେଦାରନାଥ ଚଲାବାଟରେ କର୍ମଚାରୀ, ପୋଲିସ, ଏସଡିଆରଏଫ, ଏନଡିଆରଏଫ ଟିମ କର୍ମଚାରୀ ରହିଛନ୍ତି । ୨୪ ଘଣ୍ଟିଆ ଯାତ୍ରୀଙ୍କୁ ଯଥାସମ୍ଭବ ସହାୟତା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରଦ୍ଧାଳୁଙ୍କ ଯାତ୍ରା ଆରମ୍ଭ ପାଇଁ ଅପେକ୍ଷା କରିବାକୁ କୁହାଯାଇଛି । ଗୁଜବ ଉପରେ ଧ୍ୟାନ ନ ଦେବାକୁ କୁହାଯାଇଛି ।

କେଦାରନାଥ ଧାମରେ, ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତିନି ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏବେ ତୀର୍ଥଯାତ୍ରା ପଥକୁ ସ୍ଥଗିତ ରଖାଯାଇଛି ଏବଂ ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର (SEOC) ଅନୁଯାୟୀ, ସାରା ରାଜ୍ୟରେ ବିପର୍ଯ୍ୟୟ ପରି ପରିସ୍ଥିତି ଜାରି ରହିଛି । ରୁଦ୍ରପ୍ରୟାଗରେ ଗୋଟିଏ ଦିନରେ ତିନି ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ମଧ୍ୟପ୍ରଦେଶର ପାନ୍ନାର ରାମନାଥପୁରର ବାସିନ୍ଦା ଗୋପାଳ ମିଶ୍ର କେଦାରନାଥରେ ପ୍ରାର୍ଥନା କରି ଫେରୁଥିବା ସମୟରେ ଅସୁସ୍ଥ ହୋଇପଡ଼ିଥିଲେ। ସେହିପରି ଗୁଜରାଟର ଅହମ୍ମଦାବାଦର ବାସିନ୍ଦା ନବଘନଜୀ ଲକ୍ଷ୍ମଣଜୀ ଠାକୁର ପ୍ରାର୍ଥନା କରିବାକୁ ଯାଉଥିବା ସମୟରେ ଫାଟାରେ ମୃତ୍ୟୁବରଣ କରିଥିଲେ । ତେଲେଙ୍ଗାନାର ହାଇଦ୍ରାବାଦର ବାସିନ୍ଦା ବାଲାଗାନି ବାଲାରାଜୁ ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking