ଭୁବନେଶ୍ୱର: ରାଜ୍ୟସଭା ପ୍ରାର୍ଥୀ ଡା. ଦତ୍ତେଶ୍ୱର ହୋତାଙ୍କୁ କଂଗ୍ରେସର ସମର୍ଥନ । ଏନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ । କହିଲେ, ସୋମବାର ନବୀନ ବାବୁଙ୍କ ସହ ମୋର ସାକ୍ଷାତ ଆଲୋଚନା ହୋଇଛି । ନବୀନ ବାବୁ ଜଣେ କମନ କ୍ୟାଣ୍ଡିଡେଟ ଦେବା ସ୍ୱାଗତଯୋଗ୍ୟ । ଡା. ଦତ୍ତେଶ୍ୱର ଜଣେ ଯୋଗ୍ୟ ପ୍ରାର୍ଥୀ , ଭଲ କାମ କରିଛନ୍ତି । ଆଜି ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ୨ ଜଣ ପ୍ରାର୍ଥୀଙ୍କୁ ଚୟନ କରିଛି । ସତୃପ୍ତ ମିଶ୍ର, ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ନାଁରେ ମୋହର ବାଜିଛି । ଏହାରି ଭିତରେ ଦତ୍ତେଶ୍ୱର ହୋତା ନବୀନଙ୍କୁ କୃତଜ୍ଞତା ଜଣାଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, ସବୁ ଦଳ ଠାରୁ ସମର୍ଥନ ପାଇବାକୁ ଆଶା ରଖିଛି ।










