22.1 C
Bhubaneswar
Thursday, February 26, 2026
Homeଦେଶ ବିଦେଶ୨୬/୧୧ ଭଳି ଆକ୍ରମଣର ଧମକ ଦେଲା ଲସ୍କର

୨୬/୧୧ ଭଳି ଆକ୍ରମଣର ଧମକ ଦେଲା ଲସ୍କର

ନୂଆଦିଲ୍ଲୀ: ଭାରତୀୟ ସେନାର ଅପରେସନ୍ ସିନ୍ଦୂର’ରେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା (ଏଲ୍‌ଇଟି)ର ମୁହଁତୋଡ ଏବେ ବି କମିନାହିଁ। ଏଲ୍‌ଇଟି ଏବେ ପୁଣିଥରେ ଭାରତକୁ ଖୁଲମ୍‌ଖୁଲ୍ଲା ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଧମକ ଦେଇଛି। ରିପୋର୍ଟ ଅନୁସାରେ ଏଲ୍‌ଇଟିର ଉପମୁଖ୍ୟ ତଥା ପହଲଗାମ୍ ଆକ୍ରମଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ସୈଫୁଲ୍ଲା କସୁରୀ, କୋଡ୍ ୱାଡ୍‌ରେ ଭାରତରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ କରିବା ନେଇ ଚେତାବନୀ ଦେଇଛି। ସୈଫୁଲ୍ଲା କସୁରୀ କହିଛି, ୨୦୨୫ରେ ଆମେ ଆକାଶ ମାର୍ଗରେ ରାଜୁତି କରିଥିଲୁ, ୨୦୨୬ରେ ସମୁଦ୍ରକୁ କବ୍‌ଜା କରିବୁ। ଆକାଶ ଓ ସମୁଦ୍ର ଏକ କୋଡ୍ ଶବ୍ଦ ପରି ମନେ ହେଉଛି, ଯାହା ଉପକୂଳବର୍ତ୍ତୀ ସହରଗୁଡ଼ିକ ଉପରେ ଆକ୍ରମଣକୁ ସୂଚୀତ କରୁଛି। କେବଳ ଏତିକି ନୁହେଁ ବହୁ ପ୍ରତିକ୍ଷିତ ରାମ ମନ୍ଦିର ଉପରେ ମଧ୍ୟ ବଡ଼ଧରଣର ଆକ୍ରମଣ ନେଇ ସୈଫୁଲ୍ଲା ଇସାରା କରିଥିବା ଆଶଙ୍କା କରାଯାଉଛି। ଗୁଇନ୍ଦା ସୂତ୍ର ଅନୁଯାୟୀ, ସୈଫୁଲ୍ଲାର ଏପ୍ରକାର କୋଡ୍‌ୱାଡ୍‌ରୁ ଆଗାମୀ ଦିନରେ ମୁମ୍ୱାଇରେ ୨୬/୧୧ ଆକ୍ରମଣ ଭଳି ପୁନରାବୃତ୍ତିର ଆଭାସ ମିଳୁଛି। ଏସବୁ ମଧ୍ୟରେ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୈଫୁଲ୍ଲା ପାକିସ୍ତାନୀ ସେନା ସହଯୋଗରେ କାମ କରିବା କଥା ଖୋଲାଖୋଲି ଭାବରେ ସ୍ୱୀକାର କରିଛି, ଯାହା ପୁଣି ଥରେ ପ୍ରମାଣିତ କରୁଛି ଯେ ପାକିସ୍ତାନ ଆତଙ୍କବାଦୀଙ୍କ ପାଇଁ ଏକ ଭୂସ୍ୱର୍ଗ ପାଲଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking