27.3 C
Bhubaneswar
Thursday, June 11, 2026
Homeଓଡିଶାନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ପୁଣି ଲଜ୍ଜା । ୧୨ ବର୍ଷର ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଏଭଳି ଘଟଣା କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଲରେ ଘଟିଛି । ଛାତ୍ରୀ ଜଣଙ୍କ ଏକ ଘୋରଇ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ସ୍କୁଲର ୪ ଜଣ ଶିକ୍ଷକ ଦୀର୍ଘ ଦିନ ହେବ ବଳପୂର୍ବକ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଆସୁଥିଲେ ସ୍କୁଲର ଖେଳ ଛୁଟି ସମୟରେ ଛାତ ଉପରକୁ ଡାକି ନେଇ ଏଭଳି ଘୃଣ୍ୟ କାମ କରିଆସୁଥିଲେ ଶିକ୍ଷକ। ଏପରିକି ୪ ଜଣ ଶିକ୍ଷକଙ୍କୁ ସହଯୋଗ କରୁଥିଲେ ସ୍କୁଲର ଜଣେ ଶିକ୍ଷୟିତ୍ରୀ। ଏଥିରେ ଅତିଷ୍ଠ ହୋଇ ଛାତ୍ରୀ ଜଣକ ମାଙ୍କ ଆଗରେ ସବୁ କଥା କହିଲା ପରେ ପରିବାର ପକ୍ଷରୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଏକ ଚାରି ଜଣିଆ ଟିମ ପୀଡ଼ିତାଙ୍କ ଘରେ ପହଂଚିବା ପରେ ତାଙ୍କ ବୟାନ ରେକର୍ଡ କରିଛନ୍ତି ।ଅନ୍ୟପଟେ ଉକ୍ତ ଘଟଣାରେ ସ୍କୁଲର ସହାୟିକାଙ୍କ ସମେତ ୫ ଶିକ୍ଷକଙ୍କୁ ଅଟକ ରଖି ପୋଲିସ ତଦନ୍ତ କରୁଛି । ଘଟଣାସ୍ଥଳକୁ ନିଜେ ଯାଇ ତଦନ୍ତ କରିବେ କହିଲେ ଏସପି । ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ପୋଲିସର ତଦନ୍ତ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking