27.3 C
Bhubaneswar
Thursday, June 11, 2026
Homeଦେଶ ବିଦେଶପୁଣି ରାସ୍ତାକୁ ଓହ୍ଲାଇବ କକ୍ରୋଚ ଜନତା ପାର୍ଟି

ପୁଣି ରାସ୍ତାକୁ ଓହ୍ଲାଇବ କକ୍ରୋଚ ଜନତା ପାର୍ଟି

ନୂଆଦିଲ୍ଲୀ: ପରୀକ୍ଷାରେ ଅନିୟମିତତା ନେଇ କକ୍ରୋଚ୍ ଜନତା ପାର୍ଟି (ସିଜେପି) ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବାକୁ ଘୋଷଣା କରିଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ଅପରାହ୍ଣ ୪ଟାରେ ପୁଣେରେ ଏକ ପ୍ରତିବାଦ କରାଯାଇଛି । ସିଜେପି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ କରିବ ବୋଲି ଘୋଷଣା କରିଛି ।ପୁଣେରେ ଏକ ସାମ୍ବାଦିକ ସମ୍ମିଳନୀରେ ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦୀପକେ କହିଛନ୍ତି ଯେ, ଦେଶର ଶିକ୍ଷା ବ୍ୟବସ୍ଥାକୁ ବଞ୍ଚେଇବାକୁ ସାବିତ୍ରୀବାଇ ଫୁଲେ ପୁଣେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ ହେବା ସହିତ ସଂଗଠନ ଏହାର ଶିକ୍ଷା ଇସ୍ତାହାର ପ୍ରକାଶ କରିବ । ଜଳବାୟୁ କର୍ମୀ ସୋନମ୍ ୱାଙ୍ଗଚୁକ୍ ମଧ୍ୟ ଏହି ପ୍ରତିବାଦରେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି । ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ହେବ ବୋଲି ଦୀପକେ କହିଛନ୍ତି । ଦେଶବ୍ୟାପୀ ନିଯୁକ୍ତି ଓ ପ୍ରତିଯୋଗିତାମୂଳକ ଅନିୟମିତତାକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ଏହି ପ୍ରସ୍ତାବିତ ପଦକ୍ଷେପ ନିଆଯାଇଛି । ଦୀପକେ କହିଛନ୍ତି ଯେ, ଏହି ଅଭିଯାନ ପୁଣେରୁ ଆରମ୍ଭ ହୋଇ ଜୟପୁର, ଲକ୍ଷ୍ନୌ, ଅମୃତସର ଓ ବେଙ୍ଗାଲୁରୁ ସମେତ ଅନେକ ସହର ଯାତ୍ରା କରିବ । ଏହି ଆନ୍ଦୋଳନ ଜୁନ୍ ୨୦ତାରିଖରେ ନୂଆଦିଲ୍ଲୀର ଯନ୍ତର ମନ୍ତରଠାରେ ଶେଷ ହେବ ବୋଲି ଆଶା ପ୍ରକାଶ ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking