19.1 C
Bhubaneswar
Saturday, February 21, 2026
Homeଓଡିଶା୨ ୟ ଦିନରେ ଅନୁସୂଚିତ ଜାତି ଓ ଆଦିବାସୀ କଂଗ୍ରେସର ଧାରଣା

୨ ୟ ଦିନରେ ଅନୁସୂଚିତ ଜାତି ଓ ଆଦିବାସୀ କଂଗ୍ରେସର ଧାରଣା

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ପରାମର୍ଶ କ୍ରମେ ରାଜ୍ୟରେ ଦୈନନ୍ଦିନ ଘଟୁଥିବା ଦଳିତ – ଆଦିବାସୀ -ମହିଳା ନିର‌୍ୟ୍ୟାତନା ବିରୁଦ୍ଧରେ ଏକ ୬ ଦିନିଆ ଅହୋରାତ୍ର ଧାରଣା ରାଜ୍ୟ ଅନୁସୂଚୀତ ଜାତି କଂଗ୍ରେସର ଅଧ୍ୟକ୍ଷ ଆଇନ୍‌ଜୀବୀ ମାନସ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଗତକାଲି ଠାରୁ ଆରମ୍ଭ ହୋଇଛି । ସମ୍ବିଧାନର ୯୩ ତମ ସଂଶୋଧନ ଅନୁଯାୟୀ ଓଡ଼ିଶାରେ ଏକ ଆଇନ ଅଣାଯାଇ ଅନୁସୂଚିତ ଜାତି, ଆଦିବାସୀ ଓ ପଛୁଆବର୍ଗ, ଛାତ୍ରଛାତ୍ରୀଙ୍କର ଅଣଅନୁଦାନ ପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ସଂରକ୍ଷଣ ମୁତାବକ ପାଠ ପଢ଼ିବାର ସୁବିଧା ଦେବା, ଦଳିତ ଆଦିବାସୀ ନିର‌୍ୟ୍ୟାତନା ନିବାରଣ ଅଧିନିୟମର ନିୟମ ୭ ଅନୁଯାୟୀ ଅତିକମ୍‌ରେ ଜଣେ ଡି.ଏସ୍‌.ପି ପାହ୍ୟାର ଅଧିକାରୀଙ୍କ ଦ୍ୱାରା ତଦନ୍ତ କରିବା, ସମ୍ବିଧାନରେ ୭୩ତମ ଓ ୭୪ତମ ସଂଶୋଧନ ଅନୁଯାୟୀ ଗ୍ରାମ ପଞ୍ଚାୟତକୁ ୨୯ ଟି ବିଭାଗ ନଗର ପଞ୍ଚାୟତକୁ ୧୮ ଟି ବିଭାଗର କ୍ଷମତା ହସ୍ତାନ୍ତର କରିବା ଓ.ଆର.ଭି. ଆଇନକୁ ରାଜ୍ୟରେ ସଠିକ୍ ଭାବେ କ୍ରିୟାନ୍ୱୟନ କରିବା, ଓଡ଼ିଶାର ସମସ୍ତ ବିଜୁଳି ଉପଭୋକ୍ତା ମାନଙ୍କୁ ଅତିକମରେ ୩୦୦ ୟୁନିଟ୍ ମୁକ୍ତ ବିଜୁଳି ଓ ଚାଷୀମାନଙ୍କୁ କୃଷି ପାଇଁ ସଂପୂର୍ଣ୍ଣ ମୁକ୍ତ ବିଜୁଳି ପ୍ରଦାନ କରିବା, ବାର୍ଦ୍ଧକ୍ୟ ଭତ୍ତାକୁ ଅତିକମ୍‌ରେ ୨୦୦୦ ଟଙ୍କା କରିବା, ମନରେଗା ଅଧିନିୟମକୁ ପୁର୍ନବାର ଲାଗୁ କରିବା ଆଦି ୮ଟି ଦାବୀକୁ ନେଇ ମାଷ୍ଟରକ୍ୟାଣ୍ଟିନ୍ ଛକ ଠାରେ ଏହି ଅହୋରାତ୍ର ଧାରଣା ଚାଲୁଅଛି । ଆଜି ଧାରଣାର ୨ୟ ଦିନରେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ଜୟଦେବ ଜେନା ଯୋଗ ଦେଇ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ସମୟରେ ଆଜି ଓଡ଼ିଶାର ଦଳିତ ଆଦିବାସୀମାନେ ସବୁଠାରୁ ବେଶି ନିର‌୍ୟ୍ୟାତିତ ବୋଲି ମତବ୍ୟକ୍ତ କରିଥିଲେ । ଯଦି ଆମର ଦାବୀଗୁଡ଼ିକ ପ୍ରତି ରାଜ୍ୟ ସରକାର ଉଦାସିନ ରୁହନ୍ତି ତେବେ ଆଗାମୀ ଦିନରେ ଆମ୍ଭେ ରାଜରାସ୍ତାକୁ ଓହ୍ଲେଇ ବିଧାନସଭା ଘେରାଉ କରିବୁ ବୋଲି ଅନୁସୂଚିତ ଜାତି କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଆଇନଜୀବୀ ମଲଲିକ ମତବ୍ୟକ୍ତ କରିଛନ୍ତି ।

ଆଜିର ଏହି ଧାରଣାର ଦ୍ୱିତୀୟ ଦିନରେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ ଜୟଦେବ ଜେନା, ପିସିସି ସମ୍ପାଦିକା ଅନିମା ମିଞ୍ଜ, ସତ୍ୟବ୍ରତ ନାୟକ, ସୌମ୍ୟରଞ୍ଜନ ବରାଳ, ଦଳିତ ନେତା ଅକ୍ଷୟ ମଲ୍ଲିକ, ସମ୍ପାଦକ ଶିବରାମ ରାମୁ, କିଶୋର ସାହୁ, ପ୍ରଶାନ୍ତ ରାଉତ, ଗୁରୁବକ୍ସସିଂହ ଆଲୁବାଲିଆ, ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ପ୍ରହଲ୍ଲାଦ ପୂର୍ତ୍ତି, ସରୋଜ ନଟରାଜ ଡୁଙ୍ଗଡୁଙ୍ଗ, ବିଶ୍ୱରଞ୍ଜନ ଜେଠୀ, ଶିବ ପ୍ରସାଦ ଦାସ, ଆଲବର୍ଟ କିଣ୍ଡୋ, ଖଗେଶ୍ୱର ମଲ୍ଲିକ, ଅନୁସୂଚିତ ଜାତି ବିଭାଗର ଉପସଭାସଭାପତି ରଞ୍ଜନ ସେଠୀ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀବତ୍ସ ମଲ୍ଲିକ, ଆଶିଷ ମଲ୍ଲିକ, ଦେବବ୍ରତ ବେହେରା, ବିକାଶ ଦାସ, ରଞ୍ଜନ ଭୋଇ, ନାରାୟଣ ସେଠୀ, ରଞ୍ଜନ ସେଠୀ, ଶରତ ନାୟକ, ମଙ୍ଗୁ ମଲ୍ଲିକ, ବିଜୟ ମଲ୍ଲିକ, ବଣାସ୍ୱର ମଲ୍ଲିକ, ବିଭାଗର ଖୋର୍ଦ୍ଧା ଅଧ୍ୟକ୍ଷ ଜୟନ୍ତ ଭୋଇ, ବାଲେଶ୍ୱର ଅଧ୍ୟକ୍ଷ ଶ୍ରୀ ବିଧାନ ଜେନା, ଅନୁଗୋଳ ଅଧ୍ୟକ୍ଷ ରାଜକିଶୋର ନାୟକ, ବରଗଡ ଅଧ୍ୟକ୍ଷ ଅଭିଶେକ ସେଠ, ଅଲବିସେ କୁଲୁ, ଦୁଷ୍ମନ୍ତ ନାୟକ, ସେଖ୍ ଅଲ୍ଲୀ, ସାଗର ପରିଡା, ଇମ୍ରାନ୍ ଅଲ୍ଲି, ପଞ୍ଚାନନ ନାୟକ ଓ ହେମଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking