ଭୁବନେଶ୍ୱର: ଆଜି ବିଧାନସଭା ବଜେଟ ଅଧିବେଶନର ଚତୁର୍ଥ ଦିନ । ଆଜି ବି ପ୍ରଶ୍ନକାଳରେ ଚାଲିପାରିଲାନି ଗୃହ । ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହିଁ ବିରୋଧି ହଟ୍ଟଗୋଳ କରିଥିଲେ । ଧୋଇ ହୋଇଗଲା ପ୍ରଶ୍ନକାଳ । ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ନାରାବାଜି କରିଥିଲେ ବିରୋଧୀ । ହାତରେ ପ୍ଲାକାର୍ଡ , ପୋଷ୍ଟର ଧରି ବିରୋଧୀ ସଦସ୍ୟ ହୋହଲ୍ଲା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲୋ ଚାଷୀ ସମସ୍ୟା , ଧାନ ମଣ୍ଡିରେ ଅବ୍ୟବସ୍ଥା, କଟନୀ ଛଟନୀ ଏସବୁ ପ୍ରସଙ୍ଗକୁ ଭିତ୍ତି କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିରୋଧୀ ଏପରି ବିଶୃଙ୍ଖଳା କରିବାରୁ ବାଚସ୍ପତି ନିଜ ଜାଗାରେ ବସିବା ପାଇଁ ଅନୁରୋଧ କରିବା ସତ୍ତ୍ୱେ କଥାକୁ ମାନିନଥିଲେ । ଏଣୁ ବାଚସ୍ପତି ସୁରମା ପାଢୀ ଗୃହକୁ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।










