ଭୁବନେଶ୍ୱର: ସ୍ୱର୍ଗତ ସୂର୍ଯ୍ୟ ପାତ୍ରଙ୍କ ଜମି ପାଇଁ ହଳଦିଆପଦର ବ୍ରିଜ ନିର୍ମାଣ ତ୍ରୁଟି ପ୍ରସଙ୍ଗରେ ଅଭିଯୋଗକୁ ଖଣ୍ଡନ କଲେ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର । ଜମି ପାଇଁ ବ୍ରିଜକୁ ବୁଲାଇ ଏନଏଚରେ ସଂଯୋଗୀକରଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ବିପ୍ଲବ ପାତ୍ର କହିଛନ୍ତି, ଜଣେ ମଲା ଲୋକଙ୍କୁ ନେଇ ରାଜନୀତି କରନ୍ତୁ ନାହିଁ । ହଳଦିଆପଦର ବ୍ରିଜ ନିର୍ମାଣ ପୂର୍ବରୁ ଜମି ବିକ୍ରି କରିସାରିଛୁ । ଶାଗ ମାଛ ଦରରେ ୫ ଏକର ବିକ୍ରି କରିଛୁ ଥିଲେ ଲାଭବାନ ହୋଇଥାନ୍ତୁ । ପ୍ରଶାସନର ଅବହେଳା ଯୋଗୁଁ ଦୁର୍ଘଟଣା ଘଟୁଛି ବୋଲି କହିଲେ ।










