17.1 C
Bhubaneswar
Thursday, February 19, 2026
Homeଓଡିଶାଗଞ୍ଜାମ ସଡ଼କ ଦୁର୍ଘଟଣା ପ୍ରସଙ୍ଗ; ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ଗଞ୍ଜାମ ସଡ଼କ ଦୁର୍ଘଟଣା ପ୍ରସଙ୍ଗ; ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ବ୍ରହ୍ମପୁର: ବ୍ରହ୍ମପୁର ଗୋସାଇଁନୂଆଗାଁ-ହଳଦିଆପଦର ରେଳ ଓଭରବ୍ରିଜରେ ଏକ ଟ୍ରକ ଧକ୍କାରେ ୫ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟଣାକୁ ନେଇ ସୁପ୍ରିମକୋର୍ଟ ରାସ୍ତା ନିରାପତ୍ତା କମିଟି ଉଦବେଗ ପ୍ରକାଶ କରିଛନ୍ତି। ବେପରୁଆ ଗାଡି ଚାଳନା ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣାକୁ ସୁପ୍ରିମକୋର୍ଟ କମିଟି ଗୁରୁତର ସହ ନେବା ସହ ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟ ରିପୋର୍ଟ ମାଗିଛନ୍ତି। ବ୍ରହ୍ମପୁର ହଳଦିଆପଦର ରେଳ ଓଭୋରବ୍ରିଜ ଉପରେ ଗତ ମାସରେ ହୋଇଥିବା ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା ମାମଲାରେ ସୁପ୍ରିମକୋର୍ଟ ରାସ୍ତା ନିରାପତ୍ତା କମିଟି ରିପୋର୍ଟ ମାଗିଛନ୍ତି। ମାର୍ଚ୍ଚ ୫ ସୁଦ୍ଧା ବିସ୍ତୃତ ରିପୋର୍ଟ ଦେବାକୁ ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଅଭୟ ମନୋହର ସାପ୍ରେଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଏନେଇ ଚିଠି ଲେଖିବା ସହ ଭବିଷ୍ୟତରେ ଦୁର୍ଘଟଣା ରୋକିବାକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରସ୍ତାବିତ ସୁରକ୍ଷା ପଦକ୍ଷେପଗୁଡ଼ିକର ରିପୋର୍ଟ ମଧ୍ୟ ରାଜ୍ୟ ସରକାର କମିଟିକୁ ପଠାଇବେ। ଟ୍ରାଫିକ ନିୟମର କଡ଼ାକଡ଼ି ପାଳନ ନହେବା ଏବଂ ଭୁଲ ରାସ୍ତାରେ ଗାଡିଚାଳନା ଯୋଗୁ ଏଭଳି ଦୁର୍ଘଟଣା ଘଟୁଥିବା କମିଟି ଦର୍ଶାଇବା ସହ ଏହା ଉପରେ ପଦକ୍ଷେପ ନେବାକୁ କୁହାଯାଇଛି।

ପ୍ରକାଶଥାଉକି, ଜାନୁଆରୀ ୩୧ ତାରିଖ ଅପରାହ୍ଣ ସାଢେ ୧ଟା ବେଳେ ବ୍ରହ୍ମପୁର ସହରରୁ ଜାତୀୟ ରାଜପଥ-୧୬ କୁ ଯାଉଥିବା ଏକ ଟ୍ରକ ହଳଦିଆପଦର ଓଭରବ୍ରିଜରେ ଦ୍ରୁତ ଗତିରେ ଅନ୍ୟ ଏକ ଟ୍ରକକୁ ଓଭରଟେକ କରିବା ବେଳେ ସମ୍ମୁଖ ପଟୁ ଆସୁଥିବା ୩ଟି ବାଇକକୁ ଧକ୍କା ଦେଇଥିଲା। ଟ୍ରକ ଧକ୍କାରେ ୩ ବାଇକରେ ବସିଥିବା ୫ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା। ଟ୍ରକ ଚାଳକଙ୍କ ବେପାରୁଆ ଗାଡି ଚାଳନା ଯୋଗୁ ବିନା କାରଣରେ ୫ଟି ନିରୀହ ଜୀବନ ଚାଲି ଯାଇଥିଲା। ଏନେଇ ଉଦବେଗ ପ୍ରକାଶ କରିବା ସହ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ। ତ୍ରୁଟିପୂର୍ଣ୍ଣର୍ ବ୍ରିଜ ନକ୍ସାକୁ ଦାୟୀ କରିବା ସହ ତୁରନ୍ତ ବିଶେଷଜ୍ଞ କମିଟି ଗଠନ କରି ଯାଞ୍ଚ କରିବାକୁ ଦାବି କରିଥିଲେ ସାଂସଦ। ଅନ୍ୟପକ୍ଷରେ ହଳଦିଆପଦର ଦୁର୍ଘଟଣା ପ୍ରସଙ୍ଗରେ ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର ତଦନ୍ତ ଦାବି କରିଛନ୍ତି। ଡିପିଆର ପରିବର୍ତ୍ତନ ଯୋଗୁଁ ଦୁର୍ଘଟଣା ଘଟୁଛି ବୋଲି ସେ କହିବା ସହ କାହା ସ୍ୱାର୍ଥରେ ଡିପିଆର ପରିବର୍ତ୍ତନ ହୋଇଛି ତାହାର ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଓ ବ୍ରହ୍ମପୁରର ପୂର୍ବତନ ମେୟରଙ୍କ ଜାଗା ଯାଉଥିଲା ବୋଲି ଡିପିଆର ପରିବର୍ତ୍ତନ ହୋଇଥିଲା। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ରମେଶ ଜେନା। ଯେଉଁ ଇଞ୍ଜିନିୟର ଡି ପି ଆର ପରିବର୍ତ୍ତନ କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଜେନା ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking