ବାଲେଶ୍ୱର: ସ୍ୱାମୀ ପାଲଟିଲା ପିଶାଚ । ସ୍ତ୍ରୀକୁ ଜୀବନରୁ ମାରିଦେବା ପାଇଁ ଶଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲା ସ୍ୱାମୀ । ଝିଅକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର, ଶାଶୁ, ଶଳା ଗୁରୁତର ହୋଇଛନ୍ତି । ଅଭିଯୁକ୍ତ ଜ୍ୱାଇଁକୁ କାବୁ କରି ପୋଲିସରେ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ନାରାୟଣପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ବିବାହ ପରଠାରୁ ଦୁହିଁଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ବିବାଦ ଦେଖା ଦେଇଥିଲା । ନିର୍ଯାତନା ସହିନପାରି ସ୍ତ୍ରୀ ବାପ ଘରକୁ ପଳାଇ ଆସିଥିଲା । ଗତକାଲି ଜ୍ୱାଇଁ କରୁଣାଙ୍କ ଶ୍ୱଶୁର ଘରେ ପହଞ୍ଚି ସାଥିରେ ଆଣିଥିବା ପେଟ୍ରୋଲ ସ୍ତ୍ରୀ ଉପରକୁ ଫିଙ୍ଗି ନିଆଁ ଲଗାଇଦେଇଥିଲେ । ପରିବାର ଲୋକେ ବିରୋଧ କରିବାରୁ ସେମାନଙ୍କ ଉପରେ ବି ପେଟ୍ରୋଲ ମାଡ କରିଥିଲା ଜ୍ୱାଇଁ । ଆହତଙ୍କୁ ପ୍ରଥମେ ପ୍ରତାପପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।










