ଭୁବନେଶ୍ୱର: ବିଜେଡିରୁ ନିଲମ୍ବନ ନେଇ ମୁହଁ ଖୋଲିଲେ ସନାତନ ମହାକୁଡ । କହିଲେ ମୁଁ ନବୀନ କି ପାଣ୍ଡିଆନଙ୍କ ବିରୋଧରେ କିଛି କହିନାହିଁ । କାହିଁକି ସେମାନଙ୍କ ରାଗ ଜାଣିନାହିଁ । ଜିଲ୍ଲା ବିକାଶ କଥା କହିବାରୁ ମୋତେ ନିଲମ୍ବନ କରିଛନ୍ତି । ବିଜେଡିରୁ ବାହାରି ମୁଁ ଦୁଃଖୀ ନାହିଁ କି ସୁଖୀ ନାହିଁ । ନିଲମ୍ବନ ନ୍ୟାୟ କି ଅନ୍ୟାୟ ମୁଁ ଜାଣିନି, ଲୋକଙ୍କ ପାଇଁ କାମ କରିବି । ମୁଖ୍ୟମନ୍ତ୍ରୀ ହେଲେ ସାନଭାଇ । ଜିଲ୍ଲାର ବିକାଶ ପାଇଁ ମୁଁ ତାଙ୍କ ସହିତ କଥା ହେବିନି କି ବୋଲି ପଚାରିଲେ ସନା । କହିଲେ ମୁଁ ବିଜେଡି ଫେରିବା ଆଶା କରିନାହିଁ ।










