ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ବିଧାନସଭା ରୁମ ୫୪ରେ ବିଜେପି ବିଧାୟକ ଦଳ ବୈଠକ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ବୈଠକରେ ବଜେଟ ଅଧିବେଶନ ରଣନୀତି ନେଇ ହୋଇପାରେ ଆଲୋଚନା । ବିରୋଧୀଙ୍କ ପ୍ରସଙ୍ଗକୁ ମୁହଁ ତୋଡ ଜବାବ ଦେବା ପାଇଁ ଆଲୋଚନା ହେବ । ତେବେ ଆସନ୍ତାକାଲିଠୁ ରାଜ୍ୟ ବଜେଟ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବଜେଟ ଅଧିବେଶନ । ବଜେଟ ଅଧିବେଶନ ପୂର୍ବରୁ ଆଜି ବାଚସ୍ପତି ସୁରମାପାଢୀଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ଏଥର ବିଧାନସଭା ବଜେଟ ଅଧିବେଶନରେ ବିରୋଧୀ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ହୋହଲ୍ଲା ସୃଷ୍ଟି କରିପାରନ୍ତି । ଆସନ୍ତାକାଲି ବିରୋଧୀ ବିଧାୟକଙ୍କ ବୈଠକ । ଉଭୟ ବିଜେଡି ଓ କଂଗ୍ରେସର ଅଲଗା ଅଲଗା ବୈଠକ ହେବ । ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିବେ ବିରୋଧୀ । ଗୃହ ଭିତରେ ଶାସକ ଦଳକୁ ଘେରିବାକୁ ବୈଠକ ହେବ ।










