ଭୁବନେଶ୍ୱର: ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସର ଏକ ପ୍ରତିନିଧି ଦଳ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜନଗର ବ୍ଲକର ଘଡ଼ିଆମାଳ ପଞ୍ଚାୟତର ନୂଆଗାଁ ଗ୍ରାମର ଅଙ୍ଗୱାଡ଼ି କେନ୍ଦ୍ରରେ ଦଳିତ ବର୍ଗର ସହାୟିକାକୁ କାର୍ଯ୍ୟନିର୍ବାହ କରିବାରେ ପ୍ରତିରୋଧ ପ୍ରସଙ୍ଗରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ । ଏହି ଅଙ୍ଗନୱାଡ଼ି କେନ୍ଦ୍ରରେ ଦଳିତ ବର୍ଗର ସହାୟିକା ନିଯୁକ୍ତିକୁ ବିରୋଧ କରି ଅଙ୍ଗନୱାଡ଼ି କେନ୍ଦ୍ରକୁ ଚାଲିବାକୁ ଦିଆଯାଉନଥିଲା ଏବଂ ଏହି ସହାୟିକାଙ୍କୁ ସେଠାରେ କାର୍ଯ୍ୟ ନକରିବାକୁ ମଧ୍ୟ ଦାବି କରାଯାଉଥିଲା । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ଦାବି ଏବଂ ଅସହଯୋଗ ଅଶୋଭନୀୟ । ଏକ ସରକାରୀ ବ୍ୟବସ୍ଥା ଭିତରେ ଜାତି, ଧର୍ମ, ଛୁଆଁ ଅଛୁଆଁ ଭେଦଭାବ ରହିବା ଗଣତନ୍ତ୍ର ବିରୋଧି ବୋଲି ଯୁବ କଂଗ୍ରେସ ସଭାପତି ଶ୍ରୀ ପାତ୍ର କହିଛନ୍ତି । ଗତ ତିନିମାସ ଧରି ଅଙ୍ଗନୱାଡ଼ି କେନ୍ଦ୍ରକୁ ବନ୍ଦ ରଖାଯିବା ଏବଂ ସେଠାରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଏହାର ସମାଧାନ କ’ଣ ପାଇଁ କରିଲେ ନାହିଁ ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି । ଏହି ପ୍ରସଙ୍ଗ ଅଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷ ଶ୍ରୀ ମଲ୍ଲିକାର୍ଜ୍ଜୁନ ଖାଡ଼ଗେ ସଂସଦରେ ଉପସ୍ଥାପନ କରିବାପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛନ୍ତି । ତୁରନ୍ତ ସେଠାରେ ଏକ ସଂହତୀ ଏହି କାର୍ଯ୍ୟକ୍ରମରେ ରାଜନଗର ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ରାଉତ, କେନ୍ଦ୍ରାପଡ଼ା ଜିଲ୍ଲା ଯୁବକଂଗ୍ରେସ ଉପସଭାପତି ଲକ୍ଷ୍ମୀପ୍ରିୟ ନାୟକ, କେନ୍ଦ୍ରାପଡ଼ା ଟାଉନ କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ପ୍ରଧାନ, ଅମରେଶ ପରିଡ଼ା, ବିପ୍ଳବ ମହାନ୍ତି, ଉମେଶ ପାଢ଼ୀ, ରାଜମୋହନ ସ୍ୱାଇଁ, ବିଡି ସଂଜୀବ କୁମାର ଚିରଞ୍ଜିବ, ପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସଂପୃକ୍ତ ଅଙ୍ଗନୱାଡି କେନ୍ଦ୍ରକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଥିବା ଅସଂହତି ଦୂରପାଇଁ କାର୍ଯ୍ୟକରିବାକୁ ସ୍ୱତନ୍ତ୍ରଭାବେ ନିର୍ଦ୍ଦେଶ ଦିଆଯାଇଛି ।










