22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶବିରୋଧ କରୁଥିବା ଲୋକଙ୍କୁ କାନ ଧରି ବାହାର କରିଦେବା ଉଚିତ୍

ବିରୋଧ କରୁଥିବା ଲୋକଙ୍କୁ କାନ ଧରି ବାହାର କରିଦେବା ଉଚିତ୍

ନୂଆଦିଲ୍ଲୀ : ‘ବନ୍ଦେମାତରମ’ ବିବାଦକୁ ନେଇ ବର୍ଷିଲେ ଯୋଗୀ। ଉତ୍ତର ପ୍ରଦେଶ ବିଧାନସଭାର ବଜେଟ୍ ଅଧିବେଶନରେ ଶୁକ୍ରବାର ସିଏମ୍ ଯୋଗୀ କହିଥିଲେ, ବିଜେପିର କାର୍ଯ୍ୟକ୍ରମରେ ‘ବନ୍ଦେମାତରମ’କୁ କେହି ବିରୋଧ କରି ପାରିବେ ନାହିଁ। ଯିଏ ଏହାର ବିରୋଧ କରୁଛନ୍ତି , ତାଙ୍କର କାନ ଧରି ବାହାର କରି ଦେବା ଉଚିତ୍। ବନ୍ଦେମାତରମ୍ ପାର୍ଟିରେ ଲାଗୁ ହେବା ଉଚିତ୍। ବନ୍ଦେମାତରମ୍‌କୁ ଯିଏ ବିରୋଧ କରୁଛି, ତାଙ୍କୁ ହିନ୍ଦୁସ୍ତାନର ମାଟିରେ ରହିବାର କୌଣସି ଅଧିକାର ନାହିଁ। ବାବରଙ୍କୁ ସମ୍ମାନ ଜଣାଇ ମୁଣ୍ଡ ନୁଆଁଉଛନ୍ତି ଏବଂ ବନ୍ଦେମାତରମ ବିରୋଧ କରୁଛନ୍ତି। ସେମାନେ ମାଫିଆ କବରକୁ ଫତିହା ପଢିବାକୁ ଯାଆନ୍ତି। ସେଠାରୁ ଯାଅ ଯେଉଁଠି ଏହାର ବିରୋଧ ହେଉଛି। ମାଫିଆର କବର ପଢୁଥିବା ବ୍ୟକ୍ତି କିଏ ଥିଲେ। ଯୋଗୀ କହିଛନ୍ତି ଯେ, ରାମ ମନ୍ଦିର ,କାଶୀ ମନ୍ଦିର ଓ ମଥୁରାର ବିକାଶର ବିରୋଧ କରାଯାଇଛି। ଜନ୍ମାଷ୍ଟମୀର ପର୍ବକୁ ଜେଲ୍ ଓ ଥାନା ଗୁଡ଼ିକରେ ପାଳିବା ଉପରେ ରୋକ୍ ଲଗା ଯାଇଛି। ଗାଜିଙ୍କ ମେଳାର ସମର୍ଥନ କରୁଥିବା ସପା ଜାଣି ନିଅନ୍ତୁ ଯେ, ଗାଜିଙ୍କୁ ହତ୍ୟା କରିଥିବା ବୀର ରାଜା ସୁହେଲଦେବଙ୍କ ସ୍ମାରକୀ ଆମେ ନିର୍ମାଣ କରିଛୁ। ଲୋକମାତା ଅହିଲ୍ୟାବାଇ ହୋଲକରଙ୍କ ଜୟନ୍ତୀରେ ମୋଦି ଜୀ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।କାଶୀ ବିଶ୍ୱନାଥ ଧାମରେ ମୋଦି ଜୀ ପ୍ରତିମୂର୍ତ୍ତୀ ଲଗାଇ ଥିଲେ। ଔରେୟା ମେଡିକାଲ କଲେଜର ନାଁ ଅହିଲ୍ୟାବାଈ ହୋଲକରଙ୍କ ନାମରେ ନାମିତ କରାଯାଇଛି।

ଲୋକମାତା ଅହିଲ୍ୟାବାଈ ହୋଲକରଙ୍କ ନାମରେ ମଣିକର୍ଣ୍ଣିକା ଘାଟରେ କାମ କରାଯାଏ ତ ସପା ଓ କଂଗ୍ରେସ ବିରୋଧ କରୁଛନ୍ତି। ପ୍ରଥମ ଥର ଗୃହରେ ରାଜ୍ୟର ଆର୍ଥିକ ସର୍ଭେ ପ୍ରସ୍ତୁତ ହୋଇଛି। ସରକାର ଘୋଷଣା କରିଛନ୍ତି ଯେ, ଆମେ କଣ କରିଛୁ ,ଏହା ପ୍ରସ୍ତୁତ କରୁଛୁ। ଆର୍ଥିକ ସର୍ଭେ ବିଚାରରୁ ବ୍ୟବସ୍ଥା ଓ ବ୍ୟବସ୍ଥାରୁ ବିକାଶର ଅଭିନବ ଯାତ୍ରାର ପ୍ରତୀକ, ଯେଉଁଥିରେ ୟୁପିର ଜନତା ଜିଇଁଛନ୍ତି। ଉତ୍ତର ପ୍ରଦେଶର ଜନତା ଏହି ମୁତାବିକ ଜିଇଁଛନ୍ତି , ଏହା ନୂଆ ଯୁଗର ଘୋଷଣା। ପ୍ରଥମେ ସନ୍ଦେହର ନଜରରେ ଦେଖାଯାଉ ଥିଲା। ଆପଣ ତ ମାତା ପ୍ରସାଦ ପାଣ୍ଡ୍ୟେ ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ, ସ୍ପିକର ମଧ୍ୟ ଥିଲେ , ୟୁପିକୁ ଏହି ସମୟରେ ସନ୍ଦେହର ନଜରରେ ଦେଖାଯାଉ ଥିଲା। ଯୁବ ବର୍ଗଙ୍କ ସାମ୍ନାରେ ପରିଚୟର ସଙ୍କଟ ଥିଲା। ୟୁପି ଦେଶର ଟପ୍ ଥ୍ରୀ ଅର୍ଥବ୍ୟବସ୍ଥାରୁ ଗୋଟିଏ। ୟୁପି ଭାରତର ଅର୍ଥବ୍ୟବସ୍ଥାର ବ୍ରେକଥ୍ରୁ ହୋଇଛି। ଭାରତର ବିକାଶ ଇଞ୍ଜିନକୁ ଲିଡ୍ କରୁଛି। ୨୦୧୭ ମସିହା ପୂର୍ବରୁ କ୍ଷମତାର ସଂରକ୍ଷଣରେ ବଞ୍ଚୁ ଥିବା ମାଫିଆ ଗୁଣ୍ଡା ସମାନାନ୍ତର ସରକାର ଚଲାଉ ଥିଲେ। ଆଇନ କିଛି ବ୍ୟକ୍ତିଙ୍କ ହାତର ଖେଳନା ହୋଇ ସାରି ଥିଲା। କର୍ଫ୍ୟୁ ଦଙ୍ଗା ସାଧାରଣ କଥା ଥିଲା , ପର୍ବ ଓ ଉତ୍ସବ ବିଶ୍ୱାସର ନୁହେଁ ଆଶଙ୍କାର ପର୍ଯ୍ୟାୟ ହୋଇ ସାରି ଥିଲା। ପୁଲିସର ମନୋବଳ ଭାଙ୍ଗି ଯାଇ ଥିଲା। ନା ଝିଅ ସୁରକ୍ଷିତ ଥିଲେ ନା ବ୍ୟବସାୟୀ ସୁରକ୍ଷିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking