22.1 C
Bhubaneswar
Saturday, February 14, 2026
Homeଓଡିଶାଦୁବାଇରେ ପାଣି ପାଇପ ମିସ୍ତ୍ରୀଙ୍କ ମୃତ୍ୟୁ

ଦୁବାଇରେ ପାଣି ପାଇପ ମିସ୍ତ୍ରୀଙ୍କ ମୃତ୍ୟୁ

ଆଳି: ଦୁବାଇରେ ପାଣି ପାଇପ କାମ କରୁଥିବା ଆଳି ଥାନା ଅନ୍ତର୍ଗତ କଣ୍ଟିପୁର ଗ୍ରାମର ଅନନ୍ତ ସାହୁଙ୍କ ମୃତ ଦେହ ଗାଁ ରେ ପହଞ୍ଚିଛି l ଗ୍ରାମରେ ମୃତ ଦେହ ପହଞ୍ଚିବା ପରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା କଣ୍ଟିପୁର କଣ୍ଟିପୁର ଗ୍ରାମର ମାନସ ସାହୁଙ୍କ ପୁଅ ଅନନ୍ତ ସାହୁ(37)ଦଶ ବର୍ଷ ହେବା ଦୁବାଇରେ ପାଣି ପାଇପ କାମ କରି ପରିବାର ପ୍ରତିପୋଷଣ କରୁଥିଲେ l ଗତ ଜାନୁୟାରୀ ମାସ ୨୨ ତାରିଖ ରାତିଠୁ ତାଙ୍କ ସହିତ ପରିବାର ଲୋକଙ୍କର କୋୖଣସି ଯୋଗାଯୋଗ ହୋଇ ପାରିନଥିଲାl ପରିବାର ଲୋକ ବାରମ୍ବାର ଫୋନ କଲେ ମଧ୍ୟ ଅନନ୍ତଙ୍କ ଫୋନ ଲାଗିନଥିଲାl ଏ ନେଇ ଅନନ୍ତଙ୍କ ସାନ ଭାଇ ପ୍ରଶାନ୍ତ ଆଳି ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହ ଆଳି ବିଜେପି ନେତା କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ସହାୟତାରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଏହି ଘଟଣା ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ l ବୈଜୟନ୍ତ ପଣ୍ଡାଙ୍କ ଅଫିସ ତରଫରୁ ଆମ୍ବାସି ସହିତ ଯୋଗାଯୋଗ କରାଯିବା ପରେ ଜାନୁୟାରୀ ୨୨ ତାରିଖ ରାତିରେ ଏକ ସଡ଼କ ଦୁର୍ଘଟଣାରେ ଅନନ୍ତଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଥିଲାl ମୃତ୍ୟୁର ୨୩ ଦିନ ପରେ ଶୁକ୍ରବାର ଦିନ କଣ୍ଟିପୁର ଗ୍ରାମରେ ଅନନ୍ତଙ୍କ ମୃତଦେହ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଗାଁ ଫାଟି ପଡୁଛି l ଗାଁ ରେ ଶୋକର ବାତାବରଣ ଖେଳି ଯାଇଛି l ଅନନ୍ତ ଜଣେ ମେଳାପି ପିଲା ଥିବାରୁ ତାଙ୍କୁ ସମସ୍ତେ ଭଲ ପାଆନ୍ତି l ତାଙ୍କ ମୃତ୍ୟୁରେ ପରିବାର ସମେତ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି l ଗ୍ରାମ ସ୍ମଶାନରେ ଅନନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲାl

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking