ଭୁବନେଶ୍ୱର: ଶ୍ରମକୋଡ ପ୍ରତ୍ୟାହାର ଦାବିରେ ଦେଶବ୍ୟାପୀ ଧର୍ମଘଟ ଡାକରା ପ୍ରସଙ୍ଗରେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଯେଉଁମାନେ ସଂସ୍କାରକୁ ବିରୋଧ କରୁଛନ୍ତି ସେମାନେ କଳକାରଖାନା ବନ୍ଦର ସୂତ୍ରଧର । ସବୁ ସଂଶୋଧନ ଶ୍ରମିକଙ୍କ ହିତରେ ଆସିଛି । ଯିଏ ବିରୋଧ କରୁଛନ୍ତି, ସରକାରରେ ଥିଲା ବେଳେ ଶ୍ରମିକ ନିର୍ଯାତିତ ହେଉଥିଲେ ।










